ବିଶୋଇ ଥାନା! ପେଟ୍ରୋଲ ପମ୍ପ ନିକଟରେ ଟ୍ରଲର ଧକ୍କାରେ ହେଲପର ମୃତ୍ୟୁ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୃତ୍ୟୁ କେତେବେଳେ ଆସିବ କେମିତି ଆସିବ କେହି କହି ପାରିବେ ନାହିଁ । ଗାଡ଼ି ମାଲିକର ବଫାଦରି ହେଲପର ଲକ୍ଷ ଲକ୍ଷ ଟଙ୍କାର ଗାଡି ତଦାରଖ କରୁଥିବା ସମୟରେ ସେହି ମାଲିକର ଅନ୍ୟ ଏକ ଗାଡ଼ି ଆସି ତାର ଜୀବନ ନେଇଗଲା ।ସତେ ଯେପରି ଯମ ଅନୁପକୁ ଢ଼ାବା ନିକଟରେ ଜଗି ରହିଥିଲା । ଏପରି ଏକ ହୃଦୟାବିଦାରକ ଦୁଃଖଦ ଘଟଣା ଘଟିଛି ବିଶୋଇ ଥାନା ନିକଟସ୍ଥ ଏକ ଢ଼ାବା ସମ୍ମୁଖରେ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସ୍ଥିତ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟସ୍ଥ ଢ଼ାବା ସମ୍ମୁଖରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ନିରୀହ ହେଲଫର ର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ମୁତାବକ କୋଲକତା ଠାରୁ ଗୋଟିଏ ମାଲିକଙ୍କ ଚାରୋଟି ଟ୍ରଲର ଗାଡ଼ି ରାଇଗଡର ଚାପା ଅଭିମୁଖେ ଯାଉଥିବା ସମୟରେ ବିଶୋଇ ଠାରେ ଖାଇବା ପାଇଁ NH49 କଡ଼ରେ NL O1D 9032 ନମ୍ବର ବିଶିଷ୍ଟ ଗୋଟିଏ ଗାଡ଼ି ଛିଡ଼ା ହୋଇଥିଲା।ଖାଇ ସାରି ଉକ୍ତ ଗାଡ଼ିର ହେଲପର ଅନୁପ ଲାଲ୍ ମଣ୍ଡଳ(୨୪) ଗାଡ଼ିର ଚକ ଓ ଯନ୍ତ୍ରାଂଶ ଦେଖୁଥିବା ସମୟରେ ସେହି ମାଲିକ ର ଆଉ ଏକ ଟ୍ରଲର ଗାଡ଼ି NL 01K 2329 ନମ୍ବର ର ପଛପଟୁ ଆସି ଉକ୍ତ ଗାଡିକୁ ଧକ୍କା ଦେବା ଫଳରେ ହେଲପର ଅନୁପଙ୍କ ଉପରେ ଚଢ଼ି ଯାଇଥିଲା ।ସେଠାରେ ହିଁ ଅନୁପ ପେଶି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଅନୁପର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଟ୍ରଲରକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ଶବର ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ