ଯୁବ ଆଇନଜୀବୀଙ୍କ ବିୟୋଗରେ ପଥ ବିକ୍ରେତା ସଂଘର ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଅନ୍ୟତମ ଯୁବ ଆଇନଜୀବୀ ନେପୋଲିୟନ ସାହାଣୀଙ୍କ ବିୟୋଗରେ ପଥ ବିକ୍ରେତା ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପଥ ବିକ୍ରେତା ସଂଘର ଉପ-ସଭାପତି ଆବିଦ ଖାନଙ୍କ ଖାନ୍‌ଙ୍କ ପୌରୋହିତ୍ୟରେ ସିନେମା ଛକଠାରେ ଆୟୋଜିତ ଏହି ଶୋକସଭାରେଏଆଇଟିୟୁସିର ରାଜ୍ୟ ସମ୍ପାଦକ ତଥା ଓଡିଶା ପଥ ବିକ୍ରେତା ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସ, ବରିଷ୍ଠ ଆଇନଜୀବୀ ଅବଦୁଲ ରଫିକ୍‌, ସଂଘର ସମ୍ପାଦକ ମୋହିନୀ ମୋହନ ପରିଡା, ଟାଉନ ଭେଣ୍ଡିଂ କମିଟି ସଦସ୍ୟ ଟିିପିରୀ ସିଂହ, ଅଭିରାମ ବାରିକ, ସୁଧାଂଶୁ ଶାହା, ମନୋଜ ରାଠୋର, ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରଭାସ ସିଂହ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନେପୋଲିୟନ ସାହାଣୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଛାତ୍ର ଜୀବନରୁ ସ୍ପଷ୍ଟବାଦୀ ଓ ନେତୃତ୍ୱ ଗ୍ରହଣ ପ୍ରତି ଆଗ୍ରହ ରଖି ଆସିଥିବା ସ୍ୱର୍ଗତ ସାହାଣୀ ଆଇନଜୀବୀ ଭାବେ ଗରିବ ଓ ଅସହାୟଙ୍କ ପାଇଁ ବିନା ଅର୍ଥରେ କାର୍ଯ୍ୟ କରୁଥିଲେ । ଏମିତିକି ଅବହେଳିତ ପଥବିକ୍ରେତାଙ୍କ ପ୍ରତି ସମ୍ୱେଦନଶୀଳ ହୋଇ ସହଯୋଗ କରିଆସୁଥିଲେ ବୋଲି ବକ୍ତମାନେ କହିଥିଲେ । ତାଙ୍କର ଅବର୍ତ୍ତମାନ କେବଳ ପଥ ବିକ୍ରେତା ସଂଘ ନୁହେଁ ବରଂ ଗରିବ ଅବେହେଳିତଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସାହାଣୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ