ଦିଗପହଣ୍ଡି ରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ  ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶନିବାର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟ ର ବହୁ ସଂଖ୍ୟକ ଛାତ୍ରୀ ଛାତ୍ର ତର୍କ,କଣ୍ଠ ସଙ୍ଗୀତ,ଚିତ୍ରାଙ୍କନ,କବିତା ଆବୃତ୍ତି,ଗଳ୍ପ ଲିଖନ,କବିତା ରଚନା,ଏକକ ଅଭିନୟ ,ସାଧାରଣ ଜ୍ଞାନ,କୁଇଜ୍,ଏକକ ନୃତ୍ୟ ପ୍ରତିଯୋଗିତା  ରେ ଅଂଶଗ୍ରହଣ କରିଥିଲେ।ସହଦେବ ଟିକର ପଡ଼ା ହାଇସ୍କୁଲ ର ଆଦିତ୍ୟ ପ୍ରସାଦ ଆଚାରି,ସସ୍ମିତା ମଲ୍ଲିକ,ବର୍ଷା ମଲ୍ଲିକ,ଆଶା ଦଳାଇ, ସଞ୍ଚିତା ପାତ୍ର, ଜସ୍ମିନ ଶବର,ବନିତା ମଲ୍ଲିକ ବଡ଼ ଖେମୁଣ୍ଡିି ହାଇସ୍କୁଲ ର ଅମିତ୍ ବାଡ଼ତ୍ୟା , ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜି.ଶିବାନୀ ଓ ଜିଜ୍ଞାସା ଦଳବେହେରା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରି ଜିଲା ସ୍ତରୀୟ ଶିଶୁ ଉତ୍ସବ ନିମନ୍ତେ ମନୋନୀତ ହୋଇଥିବା ଜଣାପଡିଛି। ପୁରସ୍କାର ବିତରଣ ଉତ୍ସବ ରେ ଭୀମସେନ ଗୌଡ଼ ଅଧ୍ୟକ୍ଷତା କରିଥିଲେ।ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ର ପ୍ରାକ୍ତନ ରାଜ୍ୟ ଉପସଭାପତି ବିପ୍ର ଚରଣ ଚୌଧୁରୀ,ଗଞ୍ଜାମ ଜିଲା କାର୍ଯ୍ୟକାରୀ ସଭାପତି ଡ଼. ବିଜୟ ଚନ୍ଦ୍ର ମହାରଣା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ଦଳାଇ,ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପ୍ରଧାନ,ସଂସ୍କୃତ ଶିକ୍ଷକ ଜଗଦୀଶ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ।ଦିଗପହଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ