କୋଦଳା ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ପ୍ରତିଭା ସମ୍ବର୍ଦ୍ଧନା ସମାରୋହ

କୋଦଳା, (ଗୁଲସନ କୁମାର କର):ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ କୋଦଳା ସ୍ଥିତ ଶ୍ରୀ ଦଣ୍ଡେଶ୍ୱରଙ୍କ ପୀଠରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବା ସହ ସାହିତ୍ୟ ଉପରେ ଏକ ଆଲୋଚନା କରାଯାଇଥିଲା। ଅନୁଷ୍ଠାନର ସଭାପତି ତଥା ବିପ୍ଲବୀ କବି ପ୍ରଶାନ୍ତ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ,ସଂସ୍କୃତି ବିଶେଷଜ୍ଞ ଡଃ ଭଗବାନ ଗୌଡ଼,କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧକ୍ଷା ରଞ୍ଜିତା ସେଠୀ,ରମ୍ଭା ଏନ ଏ ସି ପୂର୍ବତନ ଅଧକ୍ଷ ସୁବାସ ଚନ୍ଦ୍ର ପଣ୍ଡା. ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ଉପସଭାପତି ଡା ଗୌରାଙ୍ଗ ରାଉତ, କାର୍ଯ୍ୟକାରୀ ସଭାପତି ଡଃ ବିଦ୍ୟୁତପ୍ରଭା ସାହୁ ,ପ୍ରମୁଖ ଅତିଥି ଭାବେ ଯୋଗଦେଇ କୋଦଳା ଅଂଚଳରେ ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରିଥିଲେ।ଏହା ସହିତ ସାହିତ୍ୟ ଓ ସଂସ୍କୃତି ଜୀବନର ବିକାଶର ଏକ ଧାରା ବୋଲି ମତ ଦେଇଥିଲେ। ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଯୁବ ସମାଜସେବୀ ବିଜୟ କୁମାର ଦୋରା, ଯୁବ ସାମ୍ବାଦିକ ପବିତ୍ର କୁମାର ରାଉତ, ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ପ୍ରଧାନ, ଯୁବ ସମାଜସେବୀ ଆଲୋକ ଶତପଥୀ ସମେତ ଅନ୍ୟାନ୍ୟ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପଣ୍ଡା, ନୀଳକଣ୍ଠ ଦାସ, ତ୍ରିନାଥ ପ୍ରଧାନଙ୍କ ସହ ଶତାଧିକ ସହିତ୍ୟପ୍ରେମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ