ରାଜ୍ୟସ୍ତରୀୟ ବାରବାଟି କ୍ରିକେଟ ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିଅନ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ରାଜ୍ୟ ସ୍ତରୀୟ ବାରବାଟି କ୍ରିକେଟ କପ୍ ତଥା ଦ୍ବିତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସର ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟସ୍ ଓ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍ ପଡିଆକୁ ଓହ୍ଲାଇ ନିର୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ସତ୍ୟରଞ୍ଜନ ସାମଲ ୪୯ରନ୍ କରିଥିଲେ। ପ୍ରତିପକ୍ଷ ବୋଲର ଆଲୋକ ସାହୁ ୬ଓଭର ବୋଲିଙ୍ଗ କରି ୩୫ରନ୍ ଦେଇ ୨ଟି ଉଇକେଟ୍ ଏବଂ ଅଭିଷେକ ଯାଦବ ୬ ଓଭର ବୋଲିଙ୍ଗ କରି ୨୧ରନ୍ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ।ଜବାବରେ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟସର ଅଭିଷେକ ଯାଦବ ୬୬ ଓ ଅବିନାଶ ନାୟକଙ୍କ ୩୨ରନ୍ ଯୋଗୁଁ ଦଳ ୨୩ ଓଭରରେ ୬ ଉଇକେଟ ହରାଇ ୧୭୪ରନ୍ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବୋଲର ସତ୍ୟ ପ୍ରକାଶ ପାଢ଼ୀ ୬ଓଭର ବୋଲିଙ୍ଗ କରି ୪୪ରନ୍ ଦେଇ ୨ଟି ଓ ମୋହନ ବେହେରା ୩ଓଭର ବୋଲିଙ୍ଗ କରି ୨୫ରନ୍ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ।ରାଇଜିଙ୍ଗ ଷ୍ଟୁଡେଣ୍ଟସ୍ ୪ଉଇକେଟରେ ପ୍ରଗତିକୁ ହରାଇ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି।ଅମ୍ପାୟାର ଅୟସକାନ୍ତ ମିଶ୍ର ଓ ନିର୍ମଳ ମିଶ୍ର ମ୍ୟାଚ ପରିଚାଳନା କରିଥିବା ବେଳେ ଶଶାଙ୍କ ଶେଖର ନାୟକ ତୃତୀୟ ଅମ୍ପାୟାର ଦାୟିତ୍ଵ ତୁଲାଇଥିଲେ। ଅଭିଷେକ ଯାଦବ ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ ଏବଂ ବେଷ୍ଟ ବ୍ୟାଟସ୍ ମ୍ୟାନ ଭାବେ ବିବେଚିତ ହୋଇଥିଲେ।ସତ୍ୟ ରଞ୍ଜନ ପାଢ଼ୀ ବେଷ୍ଟ ବୋଲର ହୋଇଥିଲେ।ଅତିଥି ଭାବେ ରାଜ୍ୟ ଗଣ ପରିଷଦର ମୁଖ୍ୟ ଜ୍ୟୋସ୍ନା ରାଣୀ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ବସନ୍ତ କୁମାର ମହାନ୍ତି, କ୍ଷୀରୋଦ ଚନ୍ଦ୍ର ରାୟ ମହାପାତ୍ର,ଜଗତ୍ ପ୍ରସାଦ ସାବୁତ,ମହେନ୍ଦ୍ର ସିଂ ଭାଟିଆ ଓ ବିଜୟ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଚାମ୍ପିଅନ ଦଳକୁ ସୋମନାଥ ଏଣ୍ଟରପ୍ରାଇଜରସ୍ ପ୍ରଦତ୍ତ ଟ୍ରଫି ସହ ନଗଦ ୪୦ହଜାର ଟଙ୍କା ଓ ଉପବିଜେତା ଦଳକୁ ଏସ.ପି ଫାଉଣ୍ଡେସନ ପ୍ରଦତ୍ତ ଟ୍ରଫି ସହ ନଗଦ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ।


