ଚାରିଛକ ଠାରେ କଲ୍ୟାଣ ମଣ୍ଡପ ଉଦଘାଟିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଚାରିଛକ ସରକାରୀ ଅର୍ଣ୍ଣପୂର୍ଣା ବିଦ୍ୟାପୀଠ ନିକଟରେ ଶ୍ରୀରାମ କଲ୍ୟାଣ ମଣ୍ଡପ ନାମ ରେ ଏକମଣ୍ଡପ ଶୁଭ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା , ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ କଲ୍ୟାଣ ମଣ୍ଡପ ମାଲିକ ଗଙ୍ଗାଧର ବେହେରା ଙ୍କ ସମେତ ପୁରୀ ଜିଲ୍ଲା ପୂର୍ବତନ ଜିଲାପରିଷଦ ପୁର୍ଣଚନ୍ଦ୍ର ଓଝା, ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ଵାଇଁ , ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟ ଲକିବାଳା ନାୟକ ,ସରପଞ୍ଚ ଅଜୟ ପରିଡ଼ା ,ଭୋଦର ପଞ୍ଚାୟତ ପୂର୍ବତନ ସରପଞ୍ଚ ବୀଣାପାଣି ସ୍ଵାଇଁ , ପ୍ରଦୀପ୍ତ ନାୟକ ,ଦୁର୍ଯ୍ୟୋଧନ ମହାନ୍ତି , ଚାରିଛକ ବଜାର କମିଟି ସଭାପତି ମହେନ୍ଦ୍ର ନାୟକ ,ଅଭୟ ନାୟକ , ସିପିଆଇ ନେତା ସନାତନ ପାତ୍ର ,କୃଷ୍ଣଚନ୍ଦ୍ର ରାଉତ ,ବିଜୁ ଜନତା ଦଳର ଛଣିଜଙ୍ଗ ପଞ୍ଚାୟତ ସଭାପତି ,ବାବୁଲି ବାରିକ, ସୂର୍ଯ୍ୟକାନ୍ତ ପରିଡା , ରମାରମଣଦେବ ପାତ୍ର ,ଶତ୍ରୁଘ୍ନ ପାତ୍ର ,ତୋଫାନ କୁମାର ପ୍ରଧାନ , ଆଇନିଜୀବୀ ଲଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି ମଣ୍ଡପ ଧର୍ମ ପରାୟଣ ଉତ୍ସବ ,ପୂଜା , ବିଭିନ୍ନ ସାଂସ୍କୃତିକ ଉତ୍ସବ ପ୍ରମୁଖ କାର୍ଯ୍ଯ ରେ ଲାଗିବ ବୋଲି ମଣ୍ଡପ ର ମାଲିକ ଶ୍ରୀ ବେହେରା ସୂଚନା ଦେଇଥିଲେ । ଚାରିଛକ ଅଞ୍ଚଳରେ ଏପରି ଏକ ନୂତନ ମଣ୍ଡପ ହୋଇଥିବାରୁ ଚାରିଛକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ