କିନ୍ନର ସଶକ୍ତି କରଣ କର୍ମଶାଳା, ‘ସ୍ବୀକୃତି’ ଯୋଜନାରେ ଦିଆଗଲା ପ୍ରୋତ୍ସାହନ ରାଶି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପ୍ରଶାସନ ଓ ସ୍ୱାତୀ ର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ କିନ୍ନର ସଶକ୍ତି କରଣ କାର୍ଯ୍ୟକ୍ରମ ‘ସ୍ୱୀକୃତୀ’ ଉପରେ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧକ୍ଷ ଦୀଲ୍ଲିପ କୁମାର କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କନ୍ଧମାଳ ଜିଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ ଯୋଗଦେଇଥିଲେ। ପଂଚାୟତ ସମିତିର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରି ସୁନିଲ କୁମାର ମଲ୍ଲିକ ସ୍ୱାଗତ କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତି ରଂଜନ ଜେନା, ପୁଲିସ ଅଧିକାରୀ ବାସନ୍ତି ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗ୍ରାମପଂଚାୟତ ପ୍ରତିନିଧି ନିଜ ପଂଚାୟତରେ କିପରି ପଲ୍ଲି ଓ ଗ୍ରାମ ସଭାରେ କିନ୍ନରମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରି ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି, ଅନ୍ୟାନ୍ୟ ସୁବିଧା ପାଇବା କ୍ଷେତ୍ରରେ କିନ୍ନରମାନଙ୍କୁ ସାମିଲ କରିବାକୁ ପ୍ରାଥମିକତା ଦେବା ପାଇଁ ମତବ୍ୟକ୍ତ କରିଥିଲେ। ଜିଲା ପରିଷଦ ଉପାଧ୍ୟକ୍ଷା କିନ୍ନରମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ପ୍ରଶିକ୍ଷଣ ଓ ପରାମର୍ଶ କିପରି ପାଇବେ ଓ ନିଜକୁ ସମାଜ ଆଗରେ ସମ୍ମାନିତ ସହ ଗଢିବେ ସେ ଉପରେ ଆଲୋକପାତ କରିଥିଲେ। ପାବୁରିଆ ସରପଂଚ ସଞ୍ଜୟ ନାୟକ କିନ୍ନରମାନେ ଯେଭଳି ସମ୍ମାନର ସହିତ ବଂଚିବେ ସେ ଉପରେ ମତ ଦେଇଥିଲେ। ଏହି ଅବସରରେ କିନ୍ନର ପୁଣ୍ଣିମା, ବିଷ୍ଣୁପ୍ରିୟା ନିଜ ଜୀବନର ଦୁଃଖ ଓ ସୁଖ ଅନୁଭୁତି କହିଥିବା ବେଳେ, ୬ ଜଣ କିନ୍ନର ନୟନା, ରମେଶ, ମନୋଜ, ବରୁଣ, ପୁଣ୍ଣିମା ଓ ଗୁପ୍ତେଶ୍ବର ଙ୍କୁ ‘ସ୍ୱୀକୃତି’ ଯୋଜନା ତରଫରୁ ଅତିଥିଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପରିଚାଳକ ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାତୀର କର୍ମୀ ରାଜ କୁମାର ବେହେରା, ମାମିନା କହଁର, କନକ ପାତ୍ର, ଗିତାଞ୍ଜଳି କହଁର, ଅନନ୍ତ ମଲ୍ଲିକ, ମିଲ୍ଲି ସାହାଣୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ