ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଜନ୍ମ ଜୟନ୍ତୀ ପାଳିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଂଜିଆ ସହର ଗୋଲେଇ ସ୍ଥିତ ମୟୂରଭଂଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତ୍ତି ସ୍ଥଳୀଠାରେ ଆଜି ତାଙ୍କ ଜନ୍ମ ଜୟନ୍ତୀ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ସକାଳ ୮:୩୦ ମିନିଟ ସମୟରେ କରଂଜିଆ ସହର ଗୋଲେଇ ନିକଟରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ପାଂଚପିଢ଼ ଉପଜିଲ୍ଲାପାଳ ପ୍ରେମାଂସୁ ଚାନ୍ଦ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ,ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପୂଜ୍ୟପୂଜା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମହାରାଜାଙ୍କ ରାଜ୍ୟ ଦେଶ ତଥା ନିଜ ଜିଲ୍ଲା ପାଇଁ ରହିଥିବା ଦୂରଦୃଷ୍ଟି ବାବାବଦକୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚାନ୍ଦ ନିଜ ବକ୍ତବ୍ୟ ରେ ଦର୍ଶାଇଥିଲେ । ଏହି ଅବସରରେ କରଂଜିଆ ର ବହୁ ସଂଖ୍ୟକ ବୁଦ୍ଧିଜୀବି,ସାମ୍ୱାଦିକ,ସ୍କୁଲ ର ବିଦ୍ୟାର୍ଥୀ,ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ