ନିମାପଡ଼ା କଲେଜ ରେ ରକ୍ତଦାନ ଶିବିର
ନିମାପଡ଼ା, (ସନ୍ତୋଷ ଦାଶ) ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜୀବନ ବିନ୍ଦୁ – ଓଡ଼ିଶା ମୋ ପରିବାର ,ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ ।ଶିବିରରେ ୧୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ, ପ୍ରଫେସର ରମାକାନ୍ତ ଦାସ , ଜିବନାନନ୍ଦ ମହାପାତ୍ର ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ , ଉପାଧ୍ୟକ୍ଷା ଆନୁସୟା ମହାନ୍ତି ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଯୋଗଦେଇଥିଲେ ।


