ବିଭିନ୍ନ ପଞ୍ଚାୟତ ପରିଦର୍ଶନ କଲେ କେନ୍ଦ୍ରୀୟ ଜଳଜୀବନ ମିଶନ ଟିମ୍
ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତ ସରକାରଙ୍କ ଜଳସମ୍ପଦ ବିଭାଗ ଜଳ ଜୀବନ ମିଶନର ଦୁଇ ଜଣ ଦକ୍ଷ ସେକ୍ଟର ଅଧିକାରୀ ଡଃ.ପ୍ରଦୀପ ଶିବ ରାମ, ଶ୍ରୀ ଅପ୍ପା ରାଓ ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମ ପଞ୍ଚ ।ୟତ ପରିଦର୍ଶନରେ ଆସି ୨ ଦିନ ଧରି କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଅଧିନ ବସୁନ୍ଧରା ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ସ୍ୱାସ୍ଥ୍ୟ ଯୋଜନା ଏବଂ ଜୀବିକା ମିଶନ ଯୋଜନା ବିଷୟରେ କ୍ଷେତ୍ରୀୟ ଅନୁଧ୍ୟାନ କରି ଯୋଜନା ଗୁଡିକର ଅଗ୍ରଗତିର ଆକଳନ କରିଥିଲେ । ଏହି ଗ୍ରସ୍ତ ବେଳେ ଅଧିକାରୀ ମାନେ ପାହାଡପୁର, ଗୋପିନାଥପୁର, ତାଜିପୁର ଗ୍ରାମ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ସରପଞ୍ଚ ସବିତାରାଣୀ ନାୟକ, ନାଏବ ସରପଞ୍ଚ ରାଜେନ୍ଦ୍ର କୁମାର ବେହେରା, ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ନାୟକ, ପିଇଓ ବିକାଶ ରାଉତ, ଜିଆରଏସ ସୁବୋଧ ରାଉତ, ଏମ.ବି.କେ, ସି.ଆର୍.ପି, ମହିଳା ସହାୟୀକା ଗୋଷ୍ଠୀର ସଦସ୍ୟା, ୱାର୍ଡସଭ୍ୟସଭ୍ୟା ମାନଙ୍କ ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା, ଅଞ୍ଚଳର ବିଭିନ୍ନ ରୋଗ ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ପରିଦର୍ଶନ ବେଳେ ଆର୍.ଡବ୍ଲ୍ୟ.ଏସ୍.ଏସ୍ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ମିଶ୍ର, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମୁକୁଲ ଦାସ, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ସୌଧନ୍ୟା ମଲ୍ଲିକ, ଲାବ ଅଧିକାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି କେନ୍ଦ୍ରୀୟ ଟିମ୍ ଚାରିଗାଁ ଗ୍ରସ୍ତ କରିବା ବେଳେ ସରପଞ୍ଚ ଗୀତିକା ଭୋଇ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ପିଇଓ ବୀରକିଶୋର ନାୟକ, ଆଡିଆ ପଞ୍ଚାୟତ ଗ୍ରସ୍ତ ବେଳେ ପିଇଓ ସମୀକ୍ଷା ତ୍ରିପାଠୀ, ସରପଞ୍ଚଙ୍କ ଉପସ୍ଥିତିରେ ଗ୍ରାମ ପଞ୍ଚାୟତର ଏମ.ବି.କେ, ସିଆରପି, ମହିଳା ଗୋଷ୍ଠୀ ଓ ସାଧାରଣ ଲୋକଙ୍କ ସହିତ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ଏଥିସହିତ କେନ୍ଦ୍ରୀୟ ଟିମ୍ ଓଡଙ୍ଗ ଗ୍ରାପ ପଞ୍ଚାୟତ ଗ୍ରସ୍ତ କରିଥିବା ଜଣାଯାଇଛି ।


