ଟାଟା ପାୱାର ପକ୍ଷରୁ ଅମୃତ କୁମ୍ଭ ଅଫର ବିଜେତା ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା):ଟାଟା ପାୱାର ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ପକ୍ଷରୁ ଉତର ଓଡିଶାର ବିଦ୍ୟୁତ ଗ୍ରାହକଙ୍କ ପାଇଁ ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଶାରଦୀୟ ଅମୃତ କୁମ୍ଭ ଅଫରର ବିଜେତା ଚୟନ କରାଯାଇଛି । ରେମୁଣା ସ୍ଥିତି ଟିପିଏନ୍‌ଓଡିଏଲ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀର ସିଇଓ ଭାସ୍କର ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ଟିପିଏନଓଡିଏଲ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଗ୍ରାହକଙ୍କୁ ପୁରସ୍କାରର ଅଫର ଦିଆଯାଇଥିଲା । ଏଥିରେ ଅଫର ଅବଧି ମଧ୍ୟରେ ବକେୟା ଥିବା ବିଦ୍ୟୁତ ଦେୟକୁ ଶୂନ୍ୟ ଅର୍ଥାତ ଜିରୋ ଏରିଅର କରୁଥିବା ଗ୍ରାହକମାନଙ୍କ ମଧ୍ୟରୁ ବିଜେତା ଚୟନ ସହ ସେମାନଙ୍କ ପାଇଁ ଭଲ ଭଲ ଉପାଦେୟ ପୁରସ୍କାର ଘୋଷଣା କରାଯାଇଥିଲା । ସେହି କ୍ରମରେ ୪ଟି ଯୋଜନାରେ ବାଲେଶ୍ୱରର ୧,୯୬,୪୯୨, ଭଦ୍ରକର ୬୨.୭୭୫, ମୟୂରଭଞ୍ଜର ୧,୧୬,୪୮୧, ଯାଜପୁରର ୮୦,୧୯୩ ଏବଂ କେନ୍ଦୁଝରର ୧,୦୬,୨୪୯ ଜଣ ଗ୍ରାହକଙ୍କୁ ମିଶାଇ ମୋଟ ୫,୬୨,୧୯୦ ଜଣ ଗ୍ରାହକ ଜିରୋ ଏରିଅର କରି ଏହି ଅଫରରେ ସାମିଲ ହୋଇଥିଲେ । ବିଜେତା ଚୟନ ପାଇଁ ଏକ ସ୍ୱତନ୍ତ୍ର କମ୍ପ୍ୟୁଟର ଏପ୍ଲିକେସନ ଦ୍ୱାରା ଜିଲ୍ଲାସ୍ତରୀୟ ଗ୍ରାହକଙ୍କ ମଧ୍ୟରେ ଲେଟରୀ ଉଠାଣ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ମୋଟ ୪୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ ନେଇ ସିଇଓ ଶ୍ରୀ ସରକାର ଘୋଷଣା କରିଛନ୍ତି । ଉଭୟ କମ୍ପାନୀ ଓ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ଅଫର ବିଶେଷ ସଫଳତା ମିଳିପାରିଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହିଭଳି ବିଭିନ୍ନ ଯୋଜନା ସହ ବିଦ୍ୟୁତ ଯୋଗାଣ ସେବାରେ ଉନ୍ନତି ଆଣାଯିବ ବୋଲି ଶ୍ରୀ ସରକାର ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିପିଏନ୍‌ଓଡିଏଲ୍‌ର ଚିଫ୍ ଅଫ୍ କମର୍ସ ଦୁଷ୍ୟନ୍ତ କୁମାର ତ୍ୟାଗୀ, ଚିଫ୍‌-କମର୍ସିଆଲ୍ ଅଫିସର ରମେଶ କୌଲ୍‌, ଆଇଟି ଓ ଓଟି ବିଭାଗ ମୁଖ୍ୟ ତରୁଣ ବତ୍ରା, କଷ୍ଟମର୍ ସର୍ଭିସ୍ ବିଭାଗ ମୁଖ୍ୟ ବିନୋଦ କୁମାର ଏବଂ ଜନ ସମ୍ପର୍କ ଅଧିକାରୀ ଚିତରଂଜନ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ