ସଢ଼ା ମଣ୍ଡିରେ ଧାନକିଣା ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଢ଼ା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମିତିର ପୁର୍ବତନ ସଭାପତି ଶଙ୍କର୍ଷଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଚାଷୀମାନେ କିପରି ସହଜରେ ଧାନ ବିକ୍ରୀ କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଚାଷୀମାନେ ଯେପରି ସହଜରେ ଓ ଉଚିତ ମୁଲ୍ୟରେ ଧାନ ବିକ୍ରୀକରିପାରିବେ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ସମିତିର ଭାରପ୍ରାପ୍ତ ସମ୍ପାଦକ ବିଭୁତି ଭୂଷଣ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଉପନିବନ୍ଧକ କୈଳାଶ ଚନ୍ଦ୍ର ନାୟକ, ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକ, ଡିଇଓ ବିବେକାନନ୍ଦ ମହାନ୍ତ, ବଳରାମ ବେହେରା, ରାଜେନ୍ଦ୍ର କୁମାର ମହାନ୍ତି, ଆର.ଏମ.ସି କର୍ମଚାରୀ ବସନ୍ତ କୁମାର ମଲ୍ଲିକ, ପ୍ରାଣବଲ୍ଲବ ରାଇସ ମିଲର ପ୍ରତିନିଧି ହେମନ୍ତ ନାୟକ, ଚାଷୀ କମିଟି ସଦସ୍ୟ ଗୌତ୍ତମ ବଳ, ସନ୍ତୋଷ ଜେନା, ପ୍ରେମାନନ୍ଦ ମିଶ୍ର, ପରିଚାଳନା ପରିଷଦର ସଭ୍ୟ ଅନନ୍ତ ଚରଣ ପହି, ଦେବେନ୍ଦ୍ର କୁମାର ଜେନା, ଶ୍ରୀଧର ଜେନା, ଦୁଯ୍ୟୋଧନ ଜେନା, ପ୍ରଭାତ ବଳ ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଚାଷୀ ଜଗନ୍ନାଥ ନାୟକ, ମଦନ ମୋହନ ପୁହାଣ, ମହେଶ୍ୱର ବେହେରା, ଖଗେଶ୍ୱର ବେହେରା, ଏହି ମଣ୍ଡିରେ ୧୩୦୫ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ୧୦୩୦ଜଣଙ୍କ ନାମ ଯାଞ୍ଚ ହୋଇଛି । ବର୍ତ୍ତମାନ ସୁଧା ୪୬ହଜାର କୁଇଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ପ୍ରତିଦିନ ୧୩୦୦ କୁିଣ୍ଟାଲ ଧାନ କ୍ରମୟ କରାଯିବାର ଲକ୍ଷ ରଖାଯାଇଛି ବୋଲି ସମ୍ପାଦକ ସୁଚନା ଦେଇଛନ୍ତି । ଚାଷୀମାନେ ଧାନ ମଣ୍ଡିକୁ ଆଣିବା ପରେ ସେମାନଙ୍କ ବସିବାପାଇଁ ପାଲ ଟଙ୍ଗା ଯାଇଥିବାବେଳେ ସେମାନଙ୍କ ପାଇଁ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ