ଭିଜିଲାନ୍ସ ହାତରେ କାଶୀନଗର NAC ର କନିଷ୍ଠ ଜେଇ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର NAC ର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ କାର୍ଯ୍ୟାଳୟରେ ୩୦ ହଜାର ଟଙ୍କା ଜଣେ ଠିକାଦାର ଠାରୁ ନେବା ବେଳେ ଧରାପିଡୀ ଛନ୍ତି l ବ୍ରହ୍ମହପୁର ଭିଜିଲାନ୍ସ DSP ଶରତ କୁମାର ସାହୁ ଓ ଷ୍ଟାଫ ତାଙ୍କ କାର୍ଯ୍ୟାଳୟରୁ ୩୦ ହଜାର ଟଙ୍କା ଜବତ କରିବା ସହ ତାଙ୍କ ରହୁଥିବା ଭଡା ଘର ଛାନ୍ ଭିନ୍ କରୁଛନ୍ତି l ଠିକାଦାର ଏକ ରାସ୍ତା କାମ କରିବାର ବିଲ୍ କରିବା ପାଇଁ ଠିକାଦାର କରିକନା ତେଜା ଙ୍କ ଠାରୁ ଲାଞ୍ଚ ମାଗି ଥିଲେ l ଘଟଣା ସ୍ଥଳରେ ୩୦ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି l ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ୍ ଏହାର ଛିନ୍ ଭିନ୍ କରୁଛନ୍ତି l