ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରିଡା ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରିଡା ଓ ଶିକ୍ଷାକୁ ନେଇ ସୁନ୍ଦର ପରାମର୍ଶମାନ ଦେବା ସହିତ ତୃତୀୟ ଓ ପଂଚମ ଶ୍ରେଣୀ ବୃତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଂପାଦକ ରମେଶ ଚନ୍ଦ୍ର ରାୟ, ଉପସଭାପତି ବୁଦ୍ଧେଶ୍ୱର ମଲ୍ଲିକ, କୋଷାଧ୍ୟକ୍ଷ ଅଲେଖ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କ୍ରିଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଚନ୍ଦ୍ରକାନ୍ତ ଗୁରୁକୀ ଅତିଥି ପରିଚୟ ପ୍ରଦାନ କରିଥିବା ଅଶୋକ ଗୁରୁଜୀ ଓ ମାନସ ଗୁରୁଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର କବିତା ଗୁରୁମା, ମମତା ଗୁରୁମା, ଚିନ୍ମୟୀ ଗୁରୁମା, ସୋନାଲି ଗୁରୁମା, ରୋଜାଲିନ ଗୁରୁମା, ରଂଜିତା ଗୁରୁମା, ସସ୍ମିତା ଗୁରୁମା, କୁନ୍ତଳା ଗୁରୁମା, ଲକ୍ଷ୍ମୀପ୍ରିୟା ଗୁରୁମା, ତରୁଲତା ଆୟାଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମର ପରିଚାଳନାକୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ