କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପୋଲସରା ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୋଲସରା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁଙ୍କ ଖଲ୍ଲିକୋଟ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ବଦଳି ହୋଇଅଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି ଯେ “ପୋଲସରା ଏନ୍ଏସିର ବିକାଶକୁ ସେ ଗୁରୁତ୍ୱ ଦେବେ। ମୁଖ୍ୟତଃ ପୋଲସରା ନୂତନ ବସଷ୍ଟାଣ୍ଡ ନିର୍ମାଣକୁ ଅଧିକ ପ୍ରାଥମିକତା ଦିଆଯିବ। ସଡ଼କ ସୁରକ୍ଷା ପାଇଁ ମୁଖ୍ୟ ରାସ୍ତାର ମଧ୍ୟ ଭାଗରେ ଥିବା ଡିଭାଇଡ଼ର ଉପରେ ବାଉଁଶ ବ୍ୟାରିକେଟ୍ ନିର୍ମାଣ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ଅଧିକାର ଓ ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟ କରାଯିବ”। ଏନ୍.ଏ.ସିର ସମସ୍ତ କର୍ମଚାରୀ, ସାମ୍ବାଦିକ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଶ୍ରୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ