ବାନେର ଠାରେ ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଠାରେ ଉଦୀୟମାନ ଯୁବକ ସଂଘ ପକ୍ଷରୁ ସ୍ଥାନୀୟ ମାଁ ଡୋକରି ଷ୍ଟାଡିୟମ୍ ଠାରେ ବାର୍ଷିକ କ୍ରୀଡା ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପରିଷଦ ସଭ୍ୟ ଅଙ୍ଗଦ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଭୁବନେଶ୍ବର ପଟ୍ଟନାୟକ, ସାମ୍ବାଦିକ ଭାସ୍କର ପ୍ରସାଦ ବେହେରା, ବିଶିଷ୍ଟ ସାମ୍ବାଦିକ ତଥା କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ସଂସ୍ଥା କାର୍ଯ୍ୟ ନିର୍ବାହୀ ସଦସ୍ୟ ଅର୍ଜୁନ ପଟ୍ଟନାୟକ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ବିଶିଷ୍ଟ ଯୁବନେତା ତଥା ଜିଲ୍ଲା ପରିଷଦ ପ୍ରତିନିଧି ଦିଲୀପ କୁମାର ରାଉତ, ବାନେର ସରପଞ୍ଚ ଗୌତମ ମାଝୀ ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ମାଝୀ, ପୂର୍ବତନ ସରପଞ୍ଚ ପୁରନ୍ଦର ମାଝୀ, ସାମ୍ବାଦିକ ଅସରଫ ଅଲ୍ଲୀ, ନୟନ ରଞ୍ଜନ ପଣ୍ଡା, ସଂଜୟ ପଣ୍ଡା, ଯୋଗୀରାମ ସେଠି, ଆର୍ତ୍ତତ୍ରାଣ ବେହେରା, ଘନଶ୍ୟାମ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। ସମିତି ସଭ୍ୟ ତଥା ଯୁବନେତା ଅନନ୍ତ ପଟ୍ଟନାୟକ ଓ ମନୋଜ ପାତ୍ର ମଞ୍ଚ ପରିଚାଳନା କରିଥିଲେ।ମନୋଜ ରଥ ଖେଳ ପରିଚାଳନା କରିଥିବା ବେଳେ ଶେଷଦେବ ମଲ୍ଲିକ, ଓମି କିଶୋର ପାତ୍ର ସହଯୋଗ କରିଥିଲେ। ଆଦିତ୍ୟ ପଟ୍ଟନାୟକ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ପ୍ରଥମ ଦିନ କୋରାପୁଟ ର ଚିତ୍ରକୂଟ ଦଳ ଏବଂ ଭବାନୀପାଟଣା ଆଇ ଆର ବି ମଧ୍ୟରେ ଚିତ୍ତାକର୍ଷକ ଉତ୍କଣ୍ଠା ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲେ ହେଁ ଖେଳ ଶେଷ ପର୍ଯ୍ୟନ୍ତ ଅମୀମାଂସିତ ରହିଥିଲା। ପରେ ପେନାଲିଟି ସ୍କୋର ମାଧ୍ୟମରେ ଭବାନୀପାଟଣା ଆଇ ଆର ବି ଦଳ ଗୋଟିଏ ଗୋଲ ଦେଇ ବିଜୟୀ ଘୋଷିତ ହୋଇଥିଲେ। ଉଦିୟମାନ ଯୁବକ ସଂଘ ର କର୍ମକର୍ତ୍ତା ଓ ସଭ୍ଯମାନ ଙ୍କ ଭବ୍ୟ ଆୟୋଜନ କରାଯାଇଥିଲା। ଅଞ୍ଚଳର ବହୁ ମାନ୍ୟଗଣ୍ୟ, କ୍ରୀଡାବିତ୍ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ