ଟିମ୍ ହ୍ୟୁମାନିଟି କନ୍ଧମାଳ ଦ୍ୱାରା ସାତ ଫୁଟର ଅଜଗର ସାପ ଉଦ୍ଧାର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରଠୁ ପ୍ରାୟ ୭ କିଲୋମିଟର ଦୂର କରଡ଼ାକୁମ୍ପା ଗ୍ରାମରେ ଏକ ଅଜଗର ସାପ ପଶି ଆସିଥିବା ନେଇ ସୁନୀଲ ଦିଗାଲ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ତୁରନ୍ତ ଟିମ୍ ର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଅନୁପ ବିକ୍ରମ ପାତ୍ର ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ସେମାନେ ଏକ ବଡ ଅଜଗର ସାପ ଦେଖିଥିଲେ। ଯାହାର ଆନୁମାନିକ ଲମ୍ବା ପ୍ରାୟ ୭ ଫୁଟ ହେବ, ତାକୁ ସେମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଁ ଠାରୁ ଦୂରରେ ଥିବା ଏକ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ । ଟିମ୍ ଦ୍ବାରା ଏହିଭଳି ତତ୍ପରତା ଏବଂ ସାହାସ୍ ପୁର୍ଣ୍ଣ ଭାବେ ଜନସାଧାରଣଙ୍କ ସୁରକ୍ଷା ସମେତ ବନ୍ୟ ପ୍ରାଣୀଙ୍କ ମଧ୍ୟ ସୁରକ୍ଷିତ ରଖିବା ଦିଗରେ କରିଥିବା ଏହି କାର୍ଯ୍ୟକୁ ଗାଁ ଲୋକେ ପ୍ରଶଂସା କରିବା ସହିତ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ