ଜୋନ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ଠାରୁ ବନ୍ତ ବ୍ଲକ ନିଳୋକ ଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜୋନ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଜୋନ୍ କ୍ରୀଡା ସଂପାଦକ ମନୋଜ କୁମାର ଶଂଖୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ସରପଞ୍ଚ ରଜନୀ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ହରିହର ନୋଡାଲ ଉପ୍ରା ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଦିବସରେ ବରିଷ୍ଠ ବର୍ଗରେ ୨୭ ଉଚ୍ଚ ବିଦ୍ୟାଳୟର ୩୧୯ ଛାତ୍ରଛାତ୍ରୀ ୧୦୦ ଓ ୨୦୦ ମିଟର ଦୌଡ, ଉଚ୍ଚ ଓ ଲମ୍ବ ଡିଆଁ, କବାଡି, ଖୋଖୋ, ସଟ୍‌ଫୁଟ୍‌, ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ରୀଡା ପରିଚାଳନାରେ ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ଧିରେନ କୁମାର ଷଡଙ୍ଗୀ, ସହଦେବ ବେହେରା, ଡଲିରାଣୀ ଦାସ, ବିଦ୍ୟୁତଲତା ଦାସ, ସେକ୍ ଆଜାରଉଦ୍ଦୀନ, ରାମ ନାରାୟଣ ମିଶ୍ର, ଉମାକାନ୍ତ ଜେନା, ବିଜୟଲକ୍ଷ୍ମୀ ମଲ୍ଲିକଙ୍କ ସମେତ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ