ବିଦ୍ୟାଳୟରେ ସ୍ମୃତି ସଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ୰ଶାନ୍ତିଲତା ମହାନ୍ତିଙ୍କ ସ୍ମୃତିସଭା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ମୋସ୍କୁଲ ଅଭିଯାନ କମିଟି ସଭାପତି ଦୀପ୍ତି ରଂଜନ ନାୟକ ସଭା ସଞ୍ଚାଳନ କରିଥିଲେ । ପ୍ରଥମେ ଶାନ୍ତିଲତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି, ବରିଷ୍ଠ ଶିକ୍ଷୟୋତ୍ରୀ ସୁରମା ସୁନ୍ଦରୀ ସାହୁ, ବରିଷ୍ଠ ଶିକ୍ଷକ ରଞ୍ଜିବ କୁମାର ରାଉତ, ଶିକ୍ଷାବିତ ସତ୍ୟଜିତ ପଲାଇ, ସ୍ବର୍ଗତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଦାଧର ନାୟକ, ଭଗ୍ନିପତି ଅଚ୍ୟୁତାନନ୍ଦ ବିଶ୍ବାଳ, କନ୍ୟା ମିନର୍ଭା ପ୍ରିୟଦର୍ଶନୀ ନାୟକ ତାଙ୍କର ସ୍ମୃତି ଚାରଣ କରିଥିଲେ । ଶାନ୍ତିଲତା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସେ ଏକାଧାରରେ ଜଣେ ଛାତ୍ର ବତ୍ସଳା, କବୟତ୍ରୀ, ସୁଲେଖିକା, ସାହିତ୍ୟପ୍ରାଣା,ଅନୁଷ୍ଠାନ ପ୍ରେମୀ ମହିଳା ଥିଲେ ବୋଲି ସ୍ମୃତିଚାରକ ମାନେ କହିଥିଲେ । ଶେଷରେ ତାଙ୍କର ଜ୍ୟେଷ୍ଠପୁତ୍ର ଦିଲ୍ଲୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ