ସନ୍ତୋଷ ହେଲେ ମହିଳା କଲେଜ ପରିଚାଳନା କମିଟି ସଭାପତି
ନିମାପଡ଼ା, (ସନ୍ତୋଷ ଦାଶ):କାକଟପୁର ମଙ୍ଗଳା କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଡ଼ଃ ସନ୍ତୋଷ ମିତ୍ର ଙ୍କୁଚାରିଛକ ସ୍ଥିତ ନିଗମାନନ୍ଦ ମହିଳା କଲେଜ ପରିଚାଳନା କମିଟି ର ସଭାପତି ଭାବେ ମନୋନୟନ କରାଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ଶ୍ରୀ ମିତ୍ର ଙ୍କୁ ପରିଚାଳନା କମିଟି ର ସଭାପତି ଭାବେ ମନୋନୀତ କରାଯାଇଛି। ଶ୍ରୀ ମିତ୍ର ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଙ୍କୁ କୃତଜ୍ଞତା ଜଣାଇବା ସହିତ କଲେଜ ରେ ଥିବା ବିଭିନ୍ନ ସମସ୍ୟା ଦୂର କରିବାକୁ ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ମିତ୍ର ଙ୍କ ଘର ନିମାପଡ଼ା ବ୍ଲକ ଅନ୍ତର୍ଗତ ଭୋଦର ଗ୍ରାମ ରେ। ତାଙ୍କୁ ଏଥିପାଇଁ ବିଭିନ୍ନ ମହଲର ରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିବାରେ ଲାଗିଛି।


