ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ ର ବାର୍ଷିକ ବୈଠକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ ସାନଖେମୁଣ୍ଡି ତାଲୁକା ସ୍ତରୀୟ ବାର୍ଷିକ ଅଧିବେସନ ଶନିବାର ବୁଧେଶ୍ୱର ମନ୍ଦିର ନିକଟସ୍ଥ କୋଠ ଘରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମାଜର ଏକତା ରକ୍ଷା, କୁଳା ଚାରା ନିତି ନିୟମ ଉପରେ ଆଲୋଚନା କରାଯାଇଥିଲା l ଅତିଥି ମାନେ ସମାଜର ନିୟମ, ବାର୍ଷିକ ବିବରଣୀ, କୁଳ ସଂଘଠନ ଆଲୋଚନା, ଜାତୀୟ ଏକତା ସୁଦୃଢ଼ କରିବା, ଅନ୍ଧବିଶ୍ବାସ କୁସଂସ୍କାର ବିଲୋପ, ନାରୀ ଶିକ୍ଷା ର ପ୍ରସାର, ପରିବେଶ ସୁରକ୍ଷା, ସ୍ୱଚ୍ଛତା ରକ୍ଷା ଜାତିଗତ ସଂସ୍କୃତି ପରମ୍ପରା ର ସୁରକ୍ଷା ବାଲ୍ୟ ବିବାହ ନକରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏହି ବୈଠକରେ ପନ୍ଦର ତାଲୁକା ମହାସଂଘର କର୍ମକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତି ଥିଲେ l ସମସ୍ତ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଉପଢୌକନ ପ୍ରଦାନ କରାଯାଇଥିଲା l ଏହି ବୈଠକରେ ତାଲୁକା ସଭାପତି ଜେ. ରାମା ରାଓ ଆଚାରୀ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଭାପତି ଡ଼ି. ଶିବ ଶଙ୍କର ଅଚାରୀ, ଉପ ସଭାପତି କେ.ଶ୍ୟାମ ମୂର୍ତ୍ତି ଆଚାରୀ, କୋଷାଧକ୍ଷ କେ. ଶଶି ଭୂଷଣ ଆଚାରୀ, ଇ. ସାନ୍ତୁନୁ ଆଚାରୀ, ଉପଦେଷ୍ଟା କେ.ମୁରଲୀ ମୋହନ ଆଚାରୀ, କେ.ପଞ୍ଚାନନ ଆଚାରୀ, ଏ.ଦିଲୀପ ଆଚାରୀ, ଡ଼ି.ସୁଯ୍ୟକାନ୍ତ ଆଚାରୀ ସାନଖେମୁଣ୍ଡି ତାଲୁକା ସମ୍ପାଦକ କେ.ସନ୍ତୋଷ ଆଚାରୀ, କୋଷାଧକ୍ଷ କେ.ସନ୍ତୋଷ କୁମାର ଆଚାରୀ, କେନ୍ଦ୍ର ସଭ୍ୟ ଡ଼ି. ନାଗେଶ୍ୱର ଆଚାରୀ, ସହ ସମ୍ପାଦକ କେ. ଧର୍ମା ରାଓ ଆଚାରୀ, ଉପଦେଷ୍ଟା ଏସ. ଗୋବର୍ଦ୍ଧନ ଆଚାରୀ ଓ ବିଭିନ୍ନ ଅଞ୍ଚଳର କର୍ମକର୍ତ୍ତା ସଭା କାର୍ଯ୍ୟ ରେ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ