ସାଇ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଗବଗାଁ ସାଇ ଶିଶୁ ବିଦ୍ୟା ମନ୍ଦିରର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ମଧୁସୂଦନ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି, କବି ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ପ୍ରଫେସର ଡ. ଅମରେନ୍ଦ୍ର ବେହେରା, ବସର ପ୍ରାପ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଜୟନ୍ତ କୁମାର ପାଣିଗ୍ରାହୀ, ସମାଜ ଖବର କାଗଜର ଡେସ୍କ ଇନଚାର୍ଜ ଶଶି ରଞ୍ଜନ ମଲ୍ଲିକ, କବି ଅଭୟ ଦାସ, ନାଟ୍ୟକାର ତଥା ଚଳଚିତ୍ର ନିର୍ଦ୍ଦେଶକ ମାଧବଚନ୍ଦ୍ର ପରିଡ଼ା, ପାତ୍ରପଡ଼ା ସରପଞ୍ଚ ଅଞ୍ଜନା ଦାସ, ସମାଜସେବୀ ରଘୁନାଥ ଦାସ, ବିଦ୍ୟାଳୟର ଚେୟାରମ୍ୟାନ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାପାତ୍ର, କବି ମହମ୍ମଦ ଇନାୟତ ଅଲୀ ଖାଁ ପ୍ରମୁ୍ଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଗୁଣାତ୍ମକ ଶିକ୍ଷାଦାନର ରୂରେଖ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭା ପରେ ଶିକ୍ଷୟିତ୍ରୀ ଆଭାମୟୀ ବାରିକ ଏବଂ ସୁପ୍ରଭା ଦଳେଇଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ କରିଥିଲେ । ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶିକ୍ଷକ ହେମନ୍ତ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।