ଜାତୀୟ ଆଲୋଚନା ଚକ୍ର ପାଇଁ ପରିସଂଖ୍ୟାନ ବିଭାଗର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିସଂଖ୍ୟାନ ବିଭାଗ ପକ୍ଷରୁ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିସଂଖ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ମିନତୀପ୍ରଭା ଜେନା, ବରିଷ୍ଠ ଅଧ୍ୟାପକ ଡଃ. ଜ୍ଞାନୀନ୍ଦ୍ର ଦାସ, ଆଡମିନଷ୍ଟ୍ରେଟିଭ ବର୍ସାର ଅଚ୍ୟୁତ ମହାରଣା, ପରିସଂଖ୍ୟାନ ବିଭାଗର ଅଧ୍ୟାପିକା ଡଃ. ପୂର୍ଣ୍ଣବାସୀ ପଣ୍ଡା, ଅଜୟ କିଶୋର ଦାସଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇ ଜାତୀୟ ଆଲୋଚନାଚକ୍ର ର ପୂର୍ବ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବେହେରା ସମସ୍ତ ପ୍ରସ୍ତୁତି ଉପରେ ସମୀକ୍ଷା କରିବା ସହ ଜାତୀୟ ଆଲୋଚନାଚକ୍ରଟି କିଭଳି ସୁରୁଖୁରୁରେ ଓ ସୋହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମ୍ପନ୍ନ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ