ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବର ସ୍ଥିତା ପ୍ରଫୁଲ୍ଲ କୁମାରୀ ମହିଳା ଉଛ ମାଧ୍ୟମିକ ବିଦ୍ୟାଲୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଏବଂ ଆତ୍ମ ସୁରକ୍ଷ୍ୟା କୌଶଳ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇ ଆତ୍ମରକ୍ଷା କୌଶଳ ଛାତ୍ରୀ ମାନଙ୍କ ପାଇଁ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ କ୍ରୀଡ଼ା ଉଭୟ ଶରୀର ଏବଂ ମନକୁ ତାଜା ରଖିଥାଏ ବୋଲି କହିଥିଲେ I ଏହା ସହିତ ଅନୁଷ୍ଠାନର ଛାତ୍ରୀ ମାନେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ତେବେ ସେ ସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଇ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଶିକ୍ଷା ଗ୍ରହଣ ପାଇଁ ପରମର୍ଶ ଦେଇଥିଲେ I ଏହି ଅବସରରେ କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିବା ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସହଦେବ ବିଶ୍ୱାଳ ଏବଂ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଅର୍ଚନା ବିଶ୍ୱାଳ ଓ ସୁରଭି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I