କେନ୍ଦ୍ରାପଡାରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଭୈାତିକ ଶାରୀରିକ ଚିକିତ୍ସା କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଚାନ୍ଦୋଳ ନିକଟସ୍ଥ କାକତିଆ ବଜାରରେ ଭୁବନେଶ୍ୱରର ଶ୍ରଦ୍ଧାଞ୍ଜଳି ସଂସ୍ଥା ଦ୍ୱାରା ପରିଚାଳିତ ହେବାକୁଥିବା ‘ଭୈାତିକ ଶାରୀରିକ ଚିକିତ୍ସା କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସଚ୍ଚିଦାନନ୍ଦ ମିଶ୍ର ମିଳିତ ଭାବେ ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ପକ୍ଷରୁ ମାସକୁ ଅନ୍ୟୁନ୍ୟ ୫୦ଜଣ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଭୈାତିକ ଶାରୀରିକ ଚିକିତ୍ସା ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଠାରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ ଦାସ ଓ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ