କୃତୀ ଶିକ୍ଷକ ଙ୍କ ପରଲୋକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସେବକ ସାହି ର କୃତୀ ଶିକ୍ଷକ ତଥା ମା ମଙ୍ଗଳା ଙ୍କ ସେବକ ହୃଷିକେଶ ଦିକ୍ଷୀତ ଙ୍କ ପରଲୋକ ଘଟିଛି। କିଛି ଦିନ ହେବ ସେ ଶଯ୍ୟାଶାୟୀ ଥିଲେ। ହଠାତ ଆଜି ତାଙ୍କ ନିଶ୍ୱାସ ପ୍ରଶ୍ୱାସ ସେ ବାଧା ଉପଜିଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ଜଣା ପଡ଼ିବାପରେ ସମଗ୍ର କାକଟପୁର ଅଂଚଳରେ ଶୋକ ର ଛାୟା ଖେଳି ଯାଇଥିଲା। ସ୍ୱର୍ଗତ ଦିକ୍ଷୀତ ପ୍ରଥମେ ଖୋର୍ଦ୍ଧା ନିକଟସ୍ଥ ହଳଦିଆ ଠାରେ ଶିକ୍ଷକ ଜୀବନ ଆରମ୍ଭ କରି ପରେ ପିପିଲି ମାଧିପୁର, କାକଟପୁର ପ୍ରାଥମିକ ବିଦ୍ୟାଳୟ, ବାଜପୁର ବିଦ୍ୟାଳୟ ଓ ଶେଷରେ କାକଟପୁର ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିବା ସହ ରାଜ୍ୟପାଳ ପୁରସ୍କାର ପାଇ କାକଟପୁର ପାଇଁ ଗର୍ବ ଓ ଗୌରବ ଆଣିଥିଲେ।ତାଙ୍କର ଶିକ୍ଷକ ଜୀବନ କାଳ ମଧ୍ୟରେ ବହୁ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦାନ କରି ବେଶ ସୁନାମ ଅର୍ଜନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ ତାଙ୍କ ଘର କୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ।ତାଙ୍କର ମର ଶରୀର କୁ ଏକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ନିଜ ଗାଁ ଶ୍ମଶାନ ରେ ଦାହ କରାଯାଇଥିଲା, ଶୋଭାଯାତ୍ରା ରେ ବହୁ ବୁଦ୍ଧିଜୀବୀ, ପୁରାତ୍ତନ ଛାତ୍ର,ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା,ଜମେଶ୍ୱର ଦୀକ୍ଷିତ,ହିମାଂଶୁ ଭୂଷଣ ଦିକ୍ଷୀତ, ଚିତ୍ତରଞ୍ଜନ ପଣ୍ଡା, ଦେବରାଜ ଦୀକ୍ଷିତ, ଦୁଷ୍ମନ୍ତ ଦୀକ୍ଷିତ, ଅଭିରାମ ଦୀକ୍ଷିତ, ସରପଞ୍ଚ ଅଭୟ କୁମାର ସେଠି, ଦେବାଶିଷ ଦୀକ୍ଷିତ, ବେଣୁଧର ସୁଆର, ସପନୀ ପଣ୍ଡା ଉପସ୍ଥିତ ଥିବା ବେଳେ ବଡ଼ ପୁଅ ସବ୍ୟସାଚୀ ଦୀକ୍ଷିତ (ଚିକୁ ) ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ