କରଞ୍ଜିଆ ଏନଏସି ଗୋଷ୍ଠୀ ଅଂଶୀଦାର ରୂପେ କାର୍ଯ୍ୟ କରୁଥିବା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଙ୍କୁ ସାଇକେଲ ବଣ୍ଟନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଏନଏସି ଅଫିସ ପରିସର ରେ ରାଜ୍ୟ ସରକାର ଙ୍କ ଦ୍ବାରା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ଗୋଷ୍ଠୀ ଅଂଶୀଦାର ରୂପେ କାର୍ଯ୍ୟ କରୁଥିବା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସାଇକେଲ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ରୂପେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି,ରାଜ୍ୟ ବିଜୁସେତୁ ଓ ଏସସିବି ମେଡିକାଲ ଉପଦେଷ୍ଟା ଦିଲ୍ଲୀପ ସାହୁ,ଉପାଧ୍ୟକ୍ଷ ସ୍ୱରୂପ ପରିଜା ଓ ସମସ୍ତ କାଉନସିଲର ଉପସ୍ଥିତ ହୋଇ ସାଇକେଲ ବଣ୍ଟନ କରିଥିଲେ ।ମିଶନ ଶକ୍ତି ସଦସ୍ୟା ଯଥା ଜଳସାଥୀ ସୁପରଭାଇଜର,ଆହାର କେନ୍ଦ୍ର ପରିଚାଳନା କର୍ମଚାରୀ, ସ୍ୱଚ୍ଛ ସାଥୀ,ମଳ ଉପଚାର କେନ୍ଦ୍ର ସ୍ୱଚ୍ଛ କର୍ମୀ ମାନଙ୍କ ଯାତାୟାତ ପାଇଁ ସାଇକେଲ ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କାଉନସିଲର ବିବେକାନନ୍ଦ ଦାସ, ନମିତା ଘଣ୍ଟିଆଳି, ବିଶ୍ୱଜିତ ଚୌଧୁରୀ, ରଣଜିତ ଖାଟୁଆ, ଭାବଗ୍ରାହୀ ମହାନ୍ତ, ଙ୍କ ସମେତ ସମସ୍ତ କାଉନସିଲର ଏବଂ ଏନଏସି ର ସମସ୍ତ କର୍ମଚାରୀ ଙ୍କ ସମେତ ବିଭିନ୍ନ ୱାର୍ଡ ରୁ ଆସିଥିବା ମିଶନ ଶକ୍ତି ସଦସ୍ୟା ମାନେ ଉପସ୍ଥିତ ଥିଲେ।ଏନଏସି ଅଞ୍ଚଳ ର ୪୩ ଜଣ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ଗୋଷ୍ଠୀ ସହଭାଗୀମାନଙ୍କୁ ଏହି ସାଇକେଲ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସୌଭାଗ୍ୟ ଶିକ୍ତ ପଟ୍ଟନାୟକ,ତନ୍ମୟ କୁମାର ସାହୁ, ଆଶିଷ ମହାପାତ୍ର, ଉଦ୍ଧବ ମହାଳିକ, ପବିତ୍ର ଦାସ, ଅମୁଲ୍ୟ ନାୟକ ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ