୨୩ ନଂ ୱାର୍ଡ଼ରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖଣ୍ଟା ସହରାଞ୍ଚଳ ସ୍ୱାସ୍ଥ୍ୟସେବା କେନ୍ଦ୍ର ପକ୍ଷରୁ ପୌରାଞ୍ଚଳର ୨୩ ନମ୍ବର ୱାର୍ଡ଼ ଛଚିନା ସାହିର କମ୍ୟୁନିଟି ସେଣ୍ଟରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଲମ୍ବୋଦର ବଳ, ଷ୍ଟାଫ୍‌ନର୍ସ ଅର୍ଚ୍ଚିତା ପଣ୍ଡା, ଲ୍ୟାବ୍ରେଟାରୀ ଟେକ୍‌ନିସିଆନ୍ ଅମ୍ରିତା ମିଶ୍ର ଓ ଏଏନ୍‌ଏମ୍ ଦୀପ୍ତିଜ୍ୟୋତି ଗୟା ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସାପତ୍ର ପ୍ରଦାନ କରିଥିଲେ । ବହୁ ବୟସ୍କ ବ୍ୟକ୍ତି ହସପିଟାଲକୁ ଯାଇ ଧାଡ଼ିରେ ଛିଡ଼ାହୋଇ ନପାରି ଚିକିତ୍ସାପତ୍ର ଓ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଥିବାରୁ ଏହି ସ୍ୱାସ୍ଥ୍ୟ ଶିବିରରେ ଚାନ୍ଦମାରି ପଡ଼ିଆ, ଛଚିନା ସାହି ଓ ସିଜୁଆ ଆଡ଼ିର ବାସିନ୍ଦାମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସ୍ଥାନୀୟ କାଉନ୍‌ସିଲର୍ ଶଶିରେଖା ମହାନ୍ତି, ଆଶାକର୍ମୀ ଅନୁପମା ଦାଶ, ଅଙ୍ଗନୱାଡ଼ି କର୍ମୀ ଦିପ୍ତିରାଣୀ ଗଙ୍ଗେଇ, ‘ଗାୟତ୍ରୀ ମହିଳା ଆରୋଗ୍ୟ ସମିତି’ର ସଭାନେତ୍ରୀ ମାନସୀ ବେହେରା, ସସ୍ମିତା ଦାସ ମଙ୍ଗରାଜ, ମନ୍ଦାକିନୀ ଖିଲାର, ଲଳିତା ଗଙ୍ଗେଇ, ଭାରତୀ ଦାସ, ତପସ୍ୱିନୀ ଖିଲାର ଓ ମାମିନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ରୋଗୀ କଲ୍ୟାଣ ସମିତି ପକ୍ଷରୁ ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଓ ସରସ୍ୱତୀ ପଣ୍ଡା ପ୍ରମୁଖ ସହଦେବଖୁଣ୍ଟା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଏହି ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ