ଗରାମ ରେ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଯେତେବେଳେ ଗ୍ରାମ୍ୟାଞ୍ଚଳର ଲୋକମାନେ ବିବାହ, ବ୍ରତ ସଭାସମିତି ବା କୌଣସି ଉତ୍ସବାନୁଷ୍ଠାନ କରିବା ପାଇଁ , ଅଧିକ ଖର୍ଚ୍ଚାନ୍ତ ହୋଇ ସହର ବଜାର ଉପରେ ନିର୍ଭର କରିବାକୁ ପଡିଥାଏ ଠିକ ସେତିକି ବେଳେ ସରକାରୀ ସହାୟତା ରେ ଗଢିଉଠିଥିବା ନବନିର୍ମିତ କଲ୍ୟାଣମଣ୍ଡପ ର ଲୋକାର୍ପଣ ଉତ୍ସବ ଗତ ଶୁକ୍ରବାର ଦିନ ତିର୍ତୋଲବ୍ଲକ ଗରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି ! ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ, ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ କହିଲେଯେ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟାଞ୍ଚଳ ର ବିକାଶପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭକରି ସବୁବର୍ଗର ଲୋକଙ୍କ ପାଇଁ ବହୁବିଧ ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରଣୟନ କରିଚାଲିଛନ୍ତି ! ବିଶେଷକରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ମିଶନଶକ୍ତି କୁ ସୁଦୃଢ କରିବା ସହିତ ମହିଳା ମାନଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କୁ ପ୍ରାଧାନ୍ୟ ଦେଇଛନ୍ତି ,!ପ୍ରମୁଖଅତିଥି ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି ବିଶିଷ୍ଟ ଅତିଥି ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଙ୍କ ସମେତ ସମ୍ମାନିତ ଅତିଥି ଭାବେ ତିର୍ତୋଲବ୍ଲକ ଅଧକ୍ଷ ମନୋଜ କୁମାର ବେହେରା , ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ , ବିଡ଼ିଓ ଅଟଳ ବିହାରୀ ସ୍ବାଇଁ, ସମିତିସଭ୍ୟ ରମେଶ ଚନ୍ଦ୍ର ବାରିକ, ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ , ଦୀପ୍ତିମୟୀ ଦାସ, ଓ ବନଜା ବାସିନୀ ଦାସ ପ୍ରମୁଖ ନିଜନିଜର ବକ୍ତବ୍ୟରେ କଲ୍ୟାଣମଣ୍ଡପ ର ଆବଶ୍ୟକତା ଓ ଉପକାରିତା ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ! ପୂର୍ଵତନ ସରପଞ୍ଚ ଚିତ୍ତରଞ୍ଜନ ଦାସ ବରଣ୍ୟ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ, ସମାଜସେବୀ ନିହାର ରଞ୍ଜନ ନାୟକ ସ୍ୱାଗତ ଭାଷଣ ଓ ଗୋଲକ ବିହାରୀ ପଲାଇ ପରିଚୟ ପ୍ରଦାନ କରିଥିଲେ ! ଏହି ଅବସରରେ ଗରାମ ପଞ୍ଚାୟତ ର ବିଭିନ୍ନରେ ଦକ୍ଷତା ଓ ପାରଦର୍ଶିତା ପ୍ରତିପାଦନ କରିଥିବା ପ୍ରତିଭାବାନ ପଣ୍ଡିତପ୍ରଭାକର ଧନେଶ୍ୱର ନନ୍ଦ , ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ, ପ୍ରାକ୍ତନ ଶିକ୍ଷକ ଜଗନ୍ନାଥ ପ୍ରସାଦ କର , ପ୍ରାକ୍ତନ ଅଧ୍ୟାପକ ରମେଶ ଚନ୍ଦ୍ର ନାୟକ, ପ୍ରାକ୍ତନ ସେନାଅଧିକାରୀ ନିକୁଞ୍ଜକିଶୋର ଶତପଥୀ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲକ ବିହାରୀ ପଲାଇ ଙ୍କୁ ଅତିଥିମାନଙ୍କ ଦ୍ୱାରା ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ପରିଶେଷରେ ନାଏବ ସରପଞ୍ଚ ଲିଲିସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଦେବେନ୍ଦ୍ର କୁମାର ନାୟକ, ଜ୍ୟୋତିରଞ୍ଜନ ମଲ୍ଲିକ , ସୌମ୍ୟଶ୍ରୀ ପଣ୍ଡା,ପ୍ରଜ୍ଞା ଚଇନି ଓ ମାନସୀ ବାରିକ ଙ୍କ ସମେତ ମିଶନଶକ୍ତି ର ସମସ୍ତ ମହିଳା ମାନେ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !


