ଶାଳଣିଆଁର ମା କାମୁଡୈଙ୍କ ପୀଠରେ ୧୩ତମ ବିଶ୍ୱଶାନ୍ତି ମହାଯଜ୍ଞ ୧ରୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମରେ ଥିବା ମା କାମୁଡୈଙ୍କ ପୀଠରେ ୧୩ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ମହାଯଜ୍ଞ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ସମସ୍ତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଏପ୍ରିଲ ୧ତାରିଖ ଓ୨ତାରିଖ ଦୁଇଦିନ ଧରି ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ୧ତାରିଖ ଅପରାହ୍ନରେ କଳଶଯାତ୍ରା ୨ତାରିଖ ଦିନ ମହାଯଜ୍ଞ ଓ ପୁର୍ଣ୍ଣାହୁତୀ ପଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ଶାଳଣିଆଁ ଅଞ୍ଚଳର ଭାଗବତ ପ୍ରଚାରକ ଗୋପାଳ ଦାସ ଏହି ପୂଜାରେ କର୍ତ୍ତା ଭାବେ ସାମିଲ ହେବେ । ୨ତାରିଖ ସନ୍ଧ୍ୟାରେ ଗୋପାଳ ଦାସଙ୍କ ଦ୍ୱାରା ସତସଙ୍ଗ ଓ ବାବା ବଳିଆଙ୍କ ଜନ୍ମ ଉତ୍ସବ ଅବସରରେ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ଖାତା, କଲମ ବଣ୍ଟନ କରାଯିବାର ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସରଶ ସୁନ୍ଦର କରିବାପାଇଁ କମିଟି ସଦସ୍ୟଙ୍କ ସହ ଯୁବପିଢ଼ୀ ମାନେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ