ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ସଦର ବ୍ଲକର ନଗ୍ରମ ପଞ୍ଚାୟତରେ ଏକ ନିଶୁଳ୍କଃ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ଫାର୍ମ ବାଡ଼ିରେ ଆୟୋଜିତ ଏହି ଶିବିରକୁ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ଉଦ୍ଘାଟନ କରିଥିଲେ । ଦଳର ପ୍ରତିଷ୍ଠା ଦିବସର ସଂକଳ୍ପ ଅନୁଯାୟୀ ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ଯୁବମୋର୍ଚ୍ଚା ପକ୍ଷରୁ ଜାରି ରହିଥିବା ବିଭିନ୍ନ ଜନହିତକର କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶବିରରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ସମ୍ପାଦକ ପର୍ଶୁରାମ ପରିଡା, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଆରସିଏମସି ସଭାପତି ସର୍ବେଶ୍ୱର ମହାନ୍ତି, ନଗ୍ରମ ସରପଞ୍ଚ ବବିତା ଭୂୟାଁ ପ୍ରମୁଖ ଯୋଗଦେଇ ବିଜେପି ପକ୍ଷରୁ ଜାରି ରହିଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଜେପି ଜେନାଲ ସଭାପତି ସର୍ବେଶ୍ୱର ବୁଗୁଡାଇ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ସହର ଉପକଣ୍ଠ କୁରୁଡା ସ୍ଥିତ ନିଗମ ହସପିଟାଲ ସହଯୋଗରେ ଆୟୋଜିତ ଏହି ଶିବିରରେ ମେଡିସିନ୍, କ୍ରିଟିକାଲ କେୟାର, ସ୍ତ୍ରୀ ଓ ପ୍ରସୂତି ଏବଂ ଦନ୍ତ ବିଭାଗର ବିଶେଷଜ୍ଞମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉପାଦେୟ ପରାମର୍ଶ ଦେଇଥିଲେ । ଏଥି ସହିତ ହସପିଟାଲ ପକ୍ଷରୁ ସମସ୍ତ ରୋଗୀଙ୍କ ନିଦାନ ବ୍ୟବସ୍ଥା ଓ ଔଷଧ ବଣ୍ଟନ କରାଯାଇଥିଲା । ପରମାନନ୍ଦ ମାହାପାତ୍ର, ବିଜୟ କୁମାର ସାହୁ, ସୁବୋଧ ଚନ୍ଦ୍ର ପଣ୍ଡା, ରବିନ୍ଦ୍ର ଜୈନ, ନାରାୟଣ ମହନ୍ତ, ସୁମନ୍ତ ଦାସ, ଆଶିଷ ଦାସ, ଅରୁପ କୁମାର ଜେନା, ଅନନ୍ଦ ଦାସ, କାର୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୁବମୋର୍ଚ୍ଚାର ସଦସ୍ୟ ଉପସ୍ଥିତ ରହି ଶିବିର ପରିବାଳନାରେ ସକ୍ରିୟ ସହଯୋଗ କରିଥିଲେ ।


