ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସୋମ୍ୟ ରଞ୍ଜନ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପୁର ଗ୍ରାମ ରେ ପାଳିତ ହେଲା ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ। କାର୍ଯ୍ୟକ୍ରମ କୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ଏବଂ ଏ ଏନ ଏମ ସବିତା କୋଠିଆ, ଆଶା କର୍ମୀ ଓ ଅଙ୍ଗନବାଡି ବୁନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ବ୍ରହ୍ମପୁର ରୋଟାରୀ କ୍ଳବ ତରଫ ରୁ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଫଳ ଓ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଗଲା। ରୋଟାରି ସଦସ୍ୟ ରୂପେ ସଭାପତି ସତ୍ୟକମ ପାତ୍ର, ସଂପାଦକ ସାର୍ଥକ, ଭି ଅଜିତ ରାଜୁ, ଗୋପୀନାଥ ଅଗ୍ରୱାଲ, କ୍ରିତି ଚୌଧରୀ, ସନ୍ତୋଷ ରଥ ଓ ମଧୁସ୍ମିତା ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ନରେନ୍ଦ୍ରପୁର ପଞ୍ଚାୟଡ ର ଜି ପି ଏଲ ଏଫ ସଭାପତି ନମିତା ମହାରଣା ନିଜ ବକ୍ତବ୍ୟ ରଖିଥିଲେ। ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମାଓ ନବଜାତ ଶିଶୁ ନିମନ୍ତେ ବିଭିନ୍ନ ଯୋଜନା ବିଷୟ ରେ, ବିଶେଷ କରି ଗଂଜାମ ଜିଲ୍ଲାପାଳ ଙ୍କ ଦ୍ଵାରା ଆୟୋଜିତ ନିରୀକ୍ଷଣ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବରୁଣ ପାଣିଗ୍ରାହୀ ଆଲୋକପାତ କରିଥିଲେ ଏବଂ ତସହିତ କୋରନା ମହାମାରୀ ର ବିପତ୍ତି ରୁ ମାଁ ଓ ନବଜାତ ଙ୍କୁ ଘରେ ରଖି ସୁରକ୍ଷା ଦେବା ଉପରେ କହିଥିଲେ। ପରିଶେଷରେ ରୋଟାରୀ କ୍ଲବ ସଦସ୍ୟ ମନେ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା, ଗ୍ରାମବାସୀ ଓ ମାଁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ