ନାବାଳିକାର ବାପାଙ୍କୁ ଆକ୍ରମଣ ମାମଲାରେ ଦୁଇ କୋର୍ଟଚାଲାଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜଣେ ନାବାଳିକାଙ୍କୁ ଅପହରଣ କରିବା ସହିତ ତାର ବାପାଙ୍କୁ ଆକ୍ରମଣ କରିବା ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଦୁଇଜଣଙ୍କୁ ପୋକ୍ସୋ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ନୁଆଁବୋରି ଗ୍ରାମର ଜଣେ ବ୍ୟକ୍ତି ସୁରତ୍ ରେ ନିଜ ପରିବାର ସହିତ ରହି କାମ କରନ୍ତି I ସେହି ବ୍ୟକ୍ତିଙ୍କର ଜଣେ ଷୋହଳ ବର୍ଷୀୟା ନାବାଳିକା ଝିଅ ଅଛି I କିଛିଦିନ ତଳେ ନୁଆଁବୋରୀ ଗ୍ରାମର ଗାଣ୍ଡୁ ଭୋଳର ପୁଅ ମୁନା ଭୋଳ ସେହି ନାବାଳିକା ଝିଅକୁ ଅପହରଣ କରି ନିଜ ଗାଆଁକୁ ନେଇ ଆସିଥିଲା I ନାବାଳିକାର ବାପା ଝିଅ ଖୋଜାଖୋଜି କରି ଝିଅ ନୁଆଁ ବୋରୀରେ ଅଛି ଜାଣିବା ପରେ ନୁଆଁବୋରୀରେ ପହଞ୍ଚି ନିଜ ଝିଅକୁ ଉଦ୍ଧାର କରିବା ପାଇଁ ମୁନା ଭୋଳର ଘରକୁ ଯାଇଥିଲେ I ସେଠାରେ ମୁନା ଭୋଳ ଏବଂ ତାର ବାପା ଗାଣ୍ଡୁ ଭୋଳ ମିଶି ନାବାଳିକାର ବାପାଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ I ଏନେଇ ଗାଙ୍ଗପୁର ଥାନାରେ ଏତାଲା ଦାୟର ହେବାପରେ ଥାନାରେ ୧୩୧/୨୩ ରେ ଏକ ମାମଲା ରୁଜୁ କରାଯିବା ସହିତ ଉଭୟ ମୁନା ଏବଂ ଗାଣ୍ଡୁଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟଚାଲାଣ କରାଯାଇଛି I ପ୍ରକାଶ ଥାଉକି ନାବାଳିକା ଜଣଙ୍କ ତିନି ମାସର ଗର୍ଭବତୀ ଅଛି I ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଆଇ ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି I


