ଜମି ବିକ୍ରି ଲାଗି ମନା କରିବାରୁ ମରଣାନ୍ତକ ଆକ୍ରମଣ, ଜମି ମାଲିକ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜମି ବିକ୍ରି କରିବା ପାଇଁ ମନା କରିବାରୁ ସ୍ଥାନୀୟ ଅଞ୍ଚଳର ଜଣେ ପ୍ଳଟ ବ୍ୟବସାୟୀ ଜମି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ଜମି ମାଲିକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ମନୋଜ ସ୍ୱାଇଁ (୪୦) । ମନୋଜଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନା କେସ ନଂ- ୩୧୨/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।ଅଭିଯୋଗ ପ୍ରକାରେ, ବୁରୁପୋଡା ଗ୍ରାମର ମନୋଜ ସନ୍ଧ୍ୟାରେ କୌଣସି କାମରେ ହିଞ୍ଜିଳିକାଟୁକୁ ଆସିଥିଲେ । ହିଞ୍ଜିଳି ଅଞ୍ଚଳର ପ୍ଳଟ ବ୍ୟବସାୟୀ ସପନା ସାବତ, ମନୋଜଙ୍କୁ ଫୋନ୍ ଯୋଗେ ଇଣ୍ଡିଆନ ପେଟ୍ରୋଲପମ୍ପ ନିକଟକୁ ଡାକିବାରୁ ସେ, ସେଠାକୁ ଯାକିଥିଲେ । ମନୋଜ ସେଠାକୁ ଯିବା ପରେ ପ୍ଳଟ ବ୍ୟବସାୟୀ ଜଣଙ୍କ ମନୋଜଙ୍କୁ ପେଟ୍ରୋଲପମ୍ପ ପଶ୍ଚିମପଟକୁ ଲାଗି ରହିଥିବା ଚାଷଜମିକୁ ତାଙ୍କୁ ବିକ୍ରି କରିବାକୁ କହିଥିଲେ । ମନୋଜ ବିକ୍ରି ପାଇଁ ମନା କରିବାରୁ ପ୍ଳଟ ବ୍ୟବସାୟୀ ଜଣଙ୍କ ଉତକ୍ଷିପ୍ତ ହୋଇ ଜମି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହତ୍ୟ ଧମକ ଦେଇଥିଲେ ବୋଲି ମନୋଜ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ