ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବାଘିଆ ଗାଁ ତଥା ରାଇରଙ୍ଗପୁର-ଜାମଦା ହାଇୱେ ରାସ୍ତା କଡ଼ରେ ମାତୃ ଦିବସ ଉପଲକ୍ଷେ ୟୁଏସ୍ଆଇ ସଂଗଠନ ତରଫରୁ ଦହି ସରବତ ଓ ଖେଚୁଡ଼ି ବଣ୍ଟନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଅଞ୍ଜନ ଦାଶ ଓ ଆନନ୍ଦ ବିନ୍ଧାଣୀ (ସମାଜସେବୀ)ଙ୍କ ଦ୍ବାରା ହୋଇଯାଇଛି |ୟୁଏସ୍ଆଇ ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ୟୁଏସ୍ଆଇ ସଂଗଠନର ସହଯୋଗୀ ସଂଯୋଜକ ଲକ୍ଷ୍ମଣ ଟୁଡୁଙ୍କ ସହଯୋଗରେ ବାଘିଆ ଗ୍ରାମର ବାଳକବାଳିକାଙ୍କୁ ଖେଚୁଡ଼ି ବଣ୍ଟନ କରାଯାଇଥିଲାବେଳେ ରାଇରଙ୍ଗପୁର-ଜାମଦା ହାଇୱେ ରାସ୍ତାରେ ଯାତାୟତ କରୁଥିବା ବସଯାତ୍ରୀଙ୍କୁ,ପଥଚାରୀ ବ୍ୟକ୍ତିଗଣଙ୍କୁ ଦହି,ଓଆରଏସ୍ ସରବତ ପ୍ରଦାନ କରାଯାଇଛି ଏବଂ ପକ୍ଷୀମାନଙ୍କ ପାଇଁ ୨୦ଗୋଟି ଗଛରେ ପଲମ ବାନ୍ଧି ପାଣି ଭର୍ତ୍ତି କରାଯାଇଛି ଯାହାଫଳରେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ତୃଷାର୍ତ୍ତ ପକ୍ଷୀମାନେ ଜଳ ପିଇପାରିବେ |ସେହିପରି ଜାମଦା ଥାନା ପକ୍ଷରୁ ଆଇଆଇସି କୃଷ୍ଣ ଚନ୍ଦ୍ର ଜାନିଙ୍କ ଅଧ୍ୟକ୍ଷତାରେ ପ୍ରତିଦିନ କ୍ବାସ ସରବତ,ଲେମ୍ବୁ ସରବତ୍,ଦହି ସରବତ,ପଣା ଆଦି ବ୍ୟବସ୍ଥା କରାଯାଉଛି |ବ୍ଲକକୁ ଆସୁଥିବା ବିଭିନ୍ନ କର୍ମଚାରୀ,ଥାନାକୁ ଆସୁଥିବା ଅଭିଯୋଗକାରୀ,ରାସ୍ତାରେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ସରବତ ବଣ୍ଟନ କରାଯାଉଛି |ଟାଣ ଖରା ଯୋଗୁଁ ମଣିଷ ହାଲିଆ ହେଉଥିବା ଦେଖି ଲୋକମାନଙ୍କୁ ଆହ୍ବାନ କରି ସରବତ ବଣ୍ଟନ କରାଯାଉଛି ଏବଂ ଓଡ଼ିଶା ୟୁ୍ଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ଜନସାଧାରଣମାନଙ୍କୁ ଖରାରେ ପଦାକୁ ବାହାରନ୍ତୁ ନାହିଁ,ଆବଶ୍ୟକ ହେଲେ ମୁଣ୍ଡରେ ଧଳା ଗାମୁଛା ପରିଧାନ କରିବା ପୂର୍ବକ ଆଖିରେ କଳା ଚଷମା ଲଗାନ୍ତୁ ଏବଂ ପ୍ରଚୁର ପରିମାଣରେ ବାଲିହାଣ୍ଡିର ପାଣି ପାନ କରନ୍ତୁ ବୋଲି ଉପଦେଶ ଦିଆଯାଉଛି | ୟୁଏସ୍ଆଇ ସଂଗଠନର ସଭ୍ୟ ଓ ଜାମଦା ଥାନା କର୍ମଚାରୀଗଣ ସରନତ ବଣ୍ଟନରେ ଭାଗ ନେଇଥିଲେ |