ଓୟୁଜେ ପକ୍ଷରୁ ପରିଚୟପତ୍ର ପ୍ରଦାନ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ (ଓୟୁଜେ) ବାଲେଶ୍ୱର ଶାଖା ପକ୍ଷରୁ ସଽସ୍ୟମାନଙ୍କୁ ପରିଚୟ ପତ୍ର ବଣ୍ଟନ ଉତ୍ସବ ସ୍ଥାନୀୟ ହୋଟେଲ ମା’ ଇଣ୍ଟରନ୍ୟାସନାଲ-୨ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରର ସୁରକ୍ଷାରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମ ପ୍ରତିନଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଦିଗରେ ବାଲେଶ୍ୱରର ସାମ୍ବାଦିକଙ୍କ କାର୍ଯ୍ୟଦକ୍ଷତା ପ୍ରଶଂସନୀୟ ବୋଲ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର କହିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା ସମାଜର ଉନ୍ନ୍‌୍‌ତି ଓ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହୋଇଥାଏ ବୋଲି କହିଥିଲେ । ଓଡ଼ିଶା ୟୁନୟନ ଅଫ୍ ଜର୍ଣ୍ଣାଲିଷ୍ଟ ବାଲେଶ୍ୱର ଶାଖା ସଭାପତି ଗଙ୍ଗାଧର ରାଉତ ଏଥିରେ ପୌରହିତ୍ୱ କରିଥିଲେ । ସଂଘର କାର୍ଯ୍ୟକାରୀ ସଦସ୍ୟ ତଥା ପୂର୍ବତନ ଜିଲା ସଭାପତି ଶିଶିର କୁମାର ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା, ବରିଷ୍ଠ ସଦସ୍ୟ ଶିବଦାସ କୁଣ୍ଡୁ, ‘ଆଜିକାଲି’ର ପ୍ରକାଶକ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ଓୟୁଜେର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନେ ସଂଗଠନର ସଦସ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ବିବେକାନନ୍ଦ ଦାସ ବିବରଣୀ ପ୍ରଦାନ କରିଥିବା ବେଳେ ଟାଉନ ସଭାପତି ହାଇଦର ଖାନ୍ ଅତିଥି ପରିଚୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ମନୋଜ କୁମାର ରାଉଳ, ସୁଜାତା ପଣ୍ଡା, ତୃପ୍ତକାନ୍ତ ପାଢୀ, ସୁରେଶ କୁମାର ଦାସଙ୍କ ସମେତ ବହୁ ସାମ୍ବାଦିିକ ବକ୍ତବ୍ୟ ପ୍ରଦାନ କରିଥିଲେ । ମାନସ କୁମାର ବିଶ୍ୱାଳ, ଆଶୁତୋଷ ମଲିକ, ଅଜିତ କୁମାର ମହାନ୍ତି, ପସନ୍ନଜିତ ଆଶ୍‌, ପ୍ରତ୍ୟାଷା ମହାନ୍ତି, କବିତା ପାତ୍ର, କହ୍ନେଇ ଚରଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ