ତାମିଲନାଡୁରେ ମୃତ ଶ୍ରମିକଙ୍କ ଶବ ଆଣିବା ପାଇଁ ଦାଦନ ପରିବାରଙ୍କୁ ଗଜପତି ପ୍ରଶାସନର ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗାରବନ୍ଧ ଥାନା ତଥା ରାୟଗଡ ବ୍ଲକ ଗଣ୍ଡାହାତୀ ପଞ୍ଚାୟତ ଅନ୍ତର୍ଗତ ଆଶୀର୍ବାଦନଗର ର ରାଜ କୁମାର ଲିମା ଙ୍କ ପୁତ୍ର ରାହୁଲ ଲିମାଙ୍କ ତାମିଲନାଡୁ ର ତ୍ରିପୁର ଠାରେ ଗୋଟିଏ କମ୍ପାନୀରେ କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ଆହତ ହୋଇ ବୁଧବାର ରାତ୍ର ସମୟରେ ମୃତ୍ୟୁ ବରଣ କରିଥିଲେ । ସେହି ପରିବାର ଲୋକେ ଗତ କାଲି ଜିଲ୍ଲା ପ୍ରଶାସନଙ୍କ ଶବ ଆଣିବା ବ୍ୟବସ୍ଥା ଏବଂ ସହାୟତା ନିମନ୍ତେ ଲିଖିତ ଅନୁରୋଧ କରିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ତରଫରୁ ମୃତକ ଦାଦନ ପରିବାରବର୍ଗଙ୍କୁ ଗଜପତି ଜିଲ୍ଲାପାଳ ପ୍ରଦାନ କରିଥିବା ରେଡକ୍ରସ ତରଫରୁ ୨୫୦୦୦ ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କାକୁ ଆଜି ପ୍ରଦାନ କରାଯାଇଛି । ରାୟଗଡ ବ୍ଳକ ଅଧ୍ୟକ୍ଷା ପୁର୍ନବାସୀ ନାୟକ, ରାୟଗଡ ବିଡିଓ ସୁଧୀର କୁମାର ସିଂ ସେହି ଗ୍ରାମକୁ ଯାଇ ମୃତକଙ୍କ ପରିବାରର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି ରାଶି ପ୍ରଦାନ କରିଥିଲେ l ସେହି ସମୟରେ ସ୍ଥାନୀୟ ସମିତି ସଭ୍ୟ ଉତ୍ସବ ଶବର ,ପୂର୍ବତନ ସରପଞ୍ଚ ଦୁର୍ଯ୍ୟ ଶବର, ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ଆର. ବିଜୟ କୁମାର, ବରିଷ୍ଠ ବିଜେଡ଼ି ନେତା ଟି. ବିଶ୍ୱନାଥ, ଲିଟୁ ମହାପାତ୍ର, ସ୍ଥାନୀୟ ପିଇଓ ଭାସ୍କର ପାତ୍ର ଓ ସେହି ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ