ଚାଷଜମିରୁ ଜଳ ନିଷ୍କାସନ ପାଇଁ କୋଷ୍ଟ କେନାଲ ଆଡ଼ିରେ କଲଭର୍ଟ ନିର୍ମାଣ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ଚାଷଜମିରୁ ଜଳ ନଷ୍କାସନ ପାଇଁ କୋଷ୍ଟ କେନାଲ ଆଡ଼ିରେ କଲଭର୍ଟ ନିର୍ମାଣ ଦାବିରେ ଭୀମପୁର ଗ୍ରାମର ଚାଷୀମାନେ ଜିଲା ଜଳ ନିକାସ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରେ ଫେରାଦ ହୋଇଛନ୍ତି । ଗ୍ରାମବାସୀଙ୍କ ଆପତ୍ତି ଅନୁସାରେ ଭୀମପୁର ଗ୍ରାମର ପୂର୍ବ ପାଶ୍ୱର୍ରେ ହଜାର ହଜାର ଏକର ଜମିରୁ ବର୍ଷାଜଳ ଦୀର୍ଘବର୍ଷ ଧରି କୋଷ୍ଟ କେନାଲକୁ ନିଷ୍କାସନ ହେଉଥିଲା । ଏନେଇ ଜଳସେଚନ ବିଭାଗ ପକ୍ଷରୁ ୪୦/୫୦ବର୍ଷ ପୂର୍ବେ ପକାଯାଇଥିବା ହ୍ୟୁମ ପାଇପଗୁଡ଼ିକ ନଷ୍ଟ ହୋଇଯାଥିଲା । ବର୍ଷେ ପୂର୍ବରୁ ନରେଗା ଯୋଜନାରେ ହୋଇଥିବା ଆଡ଼ିବନ୍ଧ କାର୍ଯ୍ୟ ଓ ମତ୍ସ୍ୟଚାଷୀଙ୍କ ଯାନବାହନ ଯାତାୟତ ଫଳରେ ପୁରୁଣା ହ୍ୟୁମ ପାଇପଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଗାମୀ ବର୍ଷାଋତୁ ପୂର୍ବରୁ ଆଇଟିଆର ରୋଡ଼ର ଉତ୍ତର ପାଶ୍ୱର୍ ତଥା କୋଷ୍ଟ କେନାଲର ପଶ୍ଚିମ ପାଖ ଆଡ଼ିବନ୍ଧର ୩ ଗୋଟି ସ୍ଥାନରେ ହ୍ୟୁମ ପାଇପ ପକାଇ କଲଭର୍ଟ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ନହେଲେ ବର୍ଷାଋତୁରେ ଭୀମପୁରର ଶହ ଶହ ଏକର ଜମିର ଚାଷ ନଷ୍ଟ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ଜଳ ନିକାସ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ସରପଞ୍ଚ ଜୀବନକୃଷ୍ଣ ମହାପାତ୍ରଙ୍କ ସମେତ ଲକ୍ଷ୍ମଣ କୁମାର ଦାସ, ଅନଙ୍ଗଭୀମ ଦାସ, ଜିତେନ୍ଦ୍ର ନାୟକ, ଅଦୈତ୍ୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ପୀତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ