ଅଗ୍ନି ବିପନ୍ନ ବିଧବାଙ୍କୁ ସହଯୋଗର ହାତ ବମାଇଲା ସାନଭି ସେବା ଟ୍ରଷ୍ଟ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ଲାଖବିନ୍ଧା ଗାଁରେ ଗତ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବିଧବା ଗ୍ରାମର ବିଧବା ମହିଳା ଗୀତା ନାଇକଙ୍କ ତିନି ବଖରା ଘର ଜଳିଯିବା ସହିତ ନିଜ ଝିଅର ବାହାଘର ପାଇଁ ସଞ୍ଚିଥିବା ସମସ୍ତ ସାମଗ୍ରୀ ନିଆଁର କରାଳ ଆଁରେ ପୋଡି ଧ୍ୱସଂ ହୋଇଯାଇଥିଲା । କେବଳ ନିଜ ପିନ୍ଧା ବସ୍ତ୍ର ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ବି ତାଙ୍କର ଉଦ୍ଧାର ହୋଇପାରି ନଥିଲା । ଏ ସମ୍ପର୍କରେ ଖବରପାଇ ଆଜି ସାନଭି ସେବା ଟ୍ରଷ୍ଟର ମୁଖ୍ୟ ଉପଦେ୍ଦଷ୍ଟା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶିବବ୍ରତ ପଣ୍ଡା, ତପନ କୁମାର ବଳ, ନିଶିକାନ୍ତ ରାଉତ, ଭାଗିରଥି ନାୟକ, ସନ୍ତୋଷ ପରିଡା, ଅଜୟ କୁମାର ଜେନା, ନବଘନ ପଢ଼ିଆରୀ ପ୍ରମୁଖ ଦୁଇ ମାସର ରେସନ ସାମଗ୍ରୀ ସହିତ ସୁଖିଲା ଖାଦ୍ୟ ଓ କିଛି ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ମଙ୍ଗବାର ରାତିରେ ଗୀତା ନାଇକଙ୍କ ତିନି ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଥବବାବେଳେ ଝିଅ ବାହାଘର ପାଇଁ ରଖିଥିବା ସୁନାରୁପା ଅଳଙ୍କାର ସହିତ ଧାନ, ଚାଉଳ, ଖଟ, ପଲଙ୍କ ଓ ଅନ୍ୟାନ୍ୟ ଗୃହୋପରକରଣ ସାମଗ୍ରୀ ପୋଡି ଧ୍ୱସଂ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ