ମନରେଗା କାର୍ଯ୍ୟ ରେ ଦୁର୍ନୀତି ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବି

ନିମାପଡ଼ା, (ଯୁଗାବ୍ଦ୍ଧ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତମ୍ପାଳୋ ଓ ତୁଳସୀପୁର ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି ।ମାଧବ – ବାଲିଘାଇ ରାସ୍ତା ଠାରୁ ତମ୍ପାଳୋ ଭୂଦାନ ହରିଜନ ସାହି କୁ ଗତ ଦୁଇ ବର୍ଷ ତଳେ ମାଟି ରେ ରାସ୍ତା କାମ ହୋଇଥିଲା।ଏହି ରାସ୍ତା କାର୍ଯ୍ୟ ବାବଦ ୫୦ ହଜାର ଟଙ୍କା ବିଲ ମଧ୍ୟ ହୋଇଥିଲା ।ତେବେ ସେହି ରାସ୍ତାରେ ଆଉ କୌଣସି କାର୍ଯ୍ୟ କରା ନ ଯାଇ ମନରେଗା ଯୋଜନା ରେ କାର୍ଯ୍ୟ ହୋଇ ୭୦ ହଜାର ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ।ସେହିପରି ପଞ୍ଚାୟତ ମହାସଂଘ ଘରର ଉନ୍ନତିକରଣ ନାମରେ ଅଳ୍ପ କିଛି କାର୍ଯ୍ୟ କରାଯାଇ ବ୍ୟାପକ ଅର୍ଥ ହରିଲୁଟ କରାଯିବା ନେଇ ଅଭିଯୋଗ ହୋଇଛି। ଜବକାର୍ଡ ଧାରୀ କାମ ନ ପାଇ ଉପାସରେ ରହୁଥିବାବେଳେ ମନରେଗା ଯୋଜନା କାର୍ଯ୍ୟରେ ମେସିନ କୁ ବିନିଯୋଗ କରାଯାଉଛି ବୋଲି ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ପଢ଼ିଆରି ,ବିଜେପି ସଭାପତି ଦୂଃଶାସନ ସାହୁ ,ସମିତି ସଭ୍ୟ ସୁମିତ୍ରା ସ୍ବାଇଁ , ନାଏବ ସରପଂଚ ସାବିତ୍ରୀ ନାୟକ ,ୱାର୍ଡସଭ୍ୟ ତ୍ରିଲୋଚନ ନାୟକ ,ଚୈତନ୍ୟ ସେଠୀ ,ପ୍ରତାପ କୁମାର ରାଉତ ପଦ୍ମଚରଣ ନାୟକ ,ନିରଞ୍ଜନ ରାଉତ ,ବେଣୁଧର ବେହେରା,ସଞ୍ଜୟ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୁରୀ ଜିଲାପାଳ , ନିମାପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀ , ଲୋକାୟୁକ୍ତ ଓଡ଼ିଶା ଙ୍କ ନିକଟକୁ ଅଭିଯୋଗ ପତ୍ର ପଠା ଯାଇଥିବା ଜଣାପଡିଛି । ଏହି ଅଭିଯୋଗ ସମ୍ପର୍କରେ ବିଡ଼ିଓ ବସନ୍ତ କୁମାର ମଲ୍ଲିକ ଙ୍କୁ ପଚାରିବାରେ ଉକ୍ତ ପଞ୍ଚାୟତ ରେ ଦୁର୍ନୀତି ସମ୍ପର୍କରେ ମୋ ନିକଟକୁ ଅଭିଯୋଗ ଆସିଛି ।ଏହାର ତଦନ୍ତ କରାଯିବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେହିପରି ତୁଳସୀପୁର ପଞ୍ଚାୟତ ର ଭାଣପୁର ଗ୍ରାମ ରେ ମନରେଗା ଯୋଜନାରେ ଗାଁ ଶ୍ମଶାନ କୁ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି। କିନ୍ତୁ ଏହି କାର୍ଯ୍ୟ ରେ ଜବ କାର୍ଡ ହିତାଧିକାରୀ ମାନଙ୍କୁ ନିୟୋଜିତ କରା ନଯାଇ ଟ୍ରାକ୍ଟର ଓ ଜେସିବି ମେସିନ ଦ୍ଵାରା କାର୍ଯ୍ୟ କରାଯାଇଥିବା ନିମାପଡ଼ା ବିଡିଓ ଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଦୁଇ ପଞ୍ଚାୟତ ରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ସଂପର୍କ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶତାଧିକ ଗ୍ରାମବାସୀ ଦାବୀ କରିଛନ୍ତି। ନହେଲେ ବାଧ୍ୟହୋଇ ଗ୍ରାମବାସୀ ମାନେ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେବେ ବୋଲି ବ୍ଲକ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ