ନିଟ ପରୀକ୍ଷାରେ ‘ଆକାଶ ବାଇଜୁସ’କୁ ସଫଳତା

ବାଲେଶ୍ୱର, (ସରୋଜ ପଣ୍ଡା):ସର୍ବଭାରତୀୟ ନିଟ ପରୀକ୍ଷାରେ ବାଲେଶ୍ୱରର ଆକାଶ ବାଇଜୁସକୁ ଆଶାତୀତ ସଫଳତା ମିଳିଛି । ୭୨୦ରୁ ୬୮୫ ନମ୍ବର ରଖିଥିବା ଛାତ୍ରୀ ଖୁସୀ ସୁରେଶ କୁମାର ସିଂ ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ସେହିଭଳି ଏହି ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ୨୭ ଜଣ ଛାତ୍ରଛାତ୍ରୀ ୬୦୦ରୁ ଅଧିକ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ଆକାଶ ବାଇଜୁସର ସିଇଓ ଅବିଷେକ ମାହେଶ୍ୱରୀ ଓ ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେହିଭଳି ଅନୁଷ୍ଠାନ ଆକାଶ ବାଇଜୁସ ଅଧ୍ୟାପନା ମଣ୍ଡଳୀଙ୍କୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତାରେ ସେମାନଙ୍କ ସମ୍ପୃକ୍ତି ମଧ୍ୟ ପ୍ରଶଂସନୀୟ ବୋଲି ଉଭୟ କହିଛନ୍ତି । ଅନ୍ୟପକ୍ଷରେ ଖୁସୀଙ୍କ ସମେତ କୃତିତ୍ୱ ହାସଲ କରିଥିବା ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଆକାଶ ବାଇଜୁସର ଶିକ୍ଷାଦାନ ଧାରା ସେମାନଙ୍କ ଭବିଷ୍ୟତକୁ ସଫଳତାମୁଖୀ କରିଛି ବୋଲି କହି କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ