ପୁରୁଣା ପେନସନ ସ୍କିମ ସମ୍ପର୍କିତ ଆଲୋଚନା ଚକ୍ର
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଜାତୀୟ ପୁରୁଣା ପେନସନ ସ୍କିମ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଭବାନୀପାଟଣା ପ୍ରାଥମିକ ଶିକ୍ଷକ ଭବନ ଠାରେ ଜିଲ୍ଲା ସଭାପତି ସାମନ୍ତ କୁମାର ପାଟଯୋଷୀ ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ପରେ ପୁରୁଣା ପେନସନ କିପରି ପାଇବା ଏବଂ ସଂଘ ବଦ୍ଦତା ହେବା ସମ୍ପର୍କରେ ଆହ୍ୱାନ ଦେଇଥିଲେ କର୍ମକର୍ତ୍ତା ।କଳାହାଣ୍ଡି ଜିଲ୍ଲା ର ପ୍ରାୟ ୨୧ଟି ବିଭାଗ ଉକ୍ତ ସଭାରେ ଉପସ୍ଥିତ ରହି ନୂତନ ପେନସନ ବ୍ୟବସ୍ଥା ର ମୂଳୋତ୍ପାଟନ ସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ସଭାରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ।ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ନନ ଗେଜେଟେଡ଼ ଅଫିସର ସଙ୍ଘ ସଭାପତି ରୁପକେଶରି ଦଳେଇ,କଳାହାଣ୍ଡି ଅମଲା ସଙ୍ଘ ସଭାପତି ସୁକାନ୍ତ ମହାପାତ୍ର,ଅମଲା ମଞ୍ଚ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସାଧାରଣ ସମ୍ପାଦକ ଧିରେନ୍ ପଟ୍ଟନାୟକ,ବଙ୍କିମ ଚନ୍ଦ୍ର ସାଗର,ପ୍ରଫୁଲ୍ଲ କୁମାର ଠାକର,ପ୍ରଦ୍ୟୁମ୍ନ ହୋତା,ଅମରେଶ କୁମାର ନେଗି ,ଗିରିଜା ଶଙ୍କର ସାହୁ,ସରୋଜ କୁମାର ସାହୁ,ଚିତ୍ତରଞ୍ଜନ ଦଳପତି ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମର ମଧ୍ୟଭାଗରେ ସଭାପତି ଙ୍କ ଆହ୍ୱାନ କ୍ରମେ ସଂଗଠନ ର କାର୍ଯ୍ୟକର୍ତ୍ତା ଚୟନ କରାଯିବା ସହ ସମ୍ପାଦକ ପଦବୀରେ ଅବସ୍ଥାପିତ ରାଜକୁମାରୀ ନାଏକ ଙ୍କ ପାରିବାରିକ ସମସ୍ୟା ଜନିତ ଆବେଦନ ଯୋଗୁଁ ନୂତନ ସଂପାଦକ ସର୍ବସମ୍ମତିକ୍ରମେ ଲଳିତ କୁମାର ନାଏକ ଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବେ ପ୍ରଫୁଲ୍ଲ କୁମାର ଠାକୁର,ସଂଯୁକ୍ତା ପଣ୍ଡା,ଚିତ ରଞ୍ଜନ ଦଳପତି ,ରାଜକୁମାରୀ ନାଏକ ଉପସଭାତି ଭାବେ ଅଜିତ କୁମାର ନାୟକ,ଅମିତ୍ ଶର୍ମା,ରାହୁଲ ବଞ୍ଚୋର୍ ଙ୍କୁ ମନୋନୀତ କରାଯାଇଥିଲା । ସମୁଦାୟ କଳାହାଣ୍ଡି ର ୪୦ଜଣ କର୍ମକର୍ତ୍ତା ଙ୍କ ପୂର୍ଣ୍ଣାଙ୍ଗ କମିଟି ଆସନ୍ତା ଦିନରେ ରାଜ୍ୟ ଅନୁମୋଦନ ପାଇଁ ପ୍ରେରଣ କରିଯିବାକୁ ସ୍ଥିରୀକୃତ କରାଯାଇଥିଲା ।କାର୍ଯ୍ୟକ୍ରମରେ ଅଜିତ ନାୟକ,ଆଶିଷ ପ୍ରଧନୀ,ତପନ କୁମାର ବେହେରା,ଲଳିତ ନେଗୀ,ଲଳିତ କୁମାର ନାଏକ,ବୀରେନ ଆଚାର୍ଯ୍ୟ,ସୁବାସ ବାଗ,ଗୋଦାବରୀଶ ପଣ୍ଡା,ମୁକେଶ ହୋତା,କୁଶ ଚନ୍ଦ୍ର ସାହୁ,ବୀରେନ ଦାସ,ଅମରେଶ ଦାସ,ଅମିତ୍ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ତରଙ୍ଗ ଚଣ୍ଡୀ ମଞ୍ଚ ପରିଚାଳନା କରିଥିଲେ l