ସୁଜିତ ମେହେରଙ୍କ ନେତୃତ୍ୱ ରେ କୋଟା ଗାଁ ମଣ୍ଡିରେ ଚାଷୀ ମହାସଭା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ କୋଟା ଗାଁରେ ଗତ ରବିରୁତୁ ର ଧାନ ମଣ୍ଡିରେ ସଠିକ ଭାବେ ଉଠୁନ ଥିବାବେଳେ ଚାଷୀ ଭାଇ ମାନଙ୍କ ସମସ୍ୟା ପ୍ରତି ପ୍ରଶାସନ ଆଖିବୁଝିବା ଏବଂ କ୍ୟୁଣ୍ଟାଲ ପ୍ରତି ୭ରୁ ୮ କେଜି କଟନୀ କରିବା ଅଭିଯୋଗ ପରେ ଆଜି ସମାଜସେବୀ ତଥା ଯୁବ ନେତା ସୁଜିତ ମେହେର ଙ୍କ ନେତୃତ୍ୱ ରେ କୋଟା ଗାଁ ମଣ୍ଡିରେ ଏକ ଚାଷୀ ମହାସଭା ଅନୁଷ୍ଠିତ ହୋଇଥିଲା lଏହି ଚାଷୀ ମହାସଭା ରେ ଅଂଚଳ ର ଶତାଧିକ ଚାଷୀ ଅଂଶ ଗ୍ରହଣ କରି ବିଭିନ୍ନ ସମସ୍ୟା ଜଣାଇବା ପରେ ସୁଜିତ ମେହେର ଙ୍କ ଅନୁରୋଧ କ୍ରମେ ସେଠାକାର ତହସିଲଦାର , ସରପଞ୍ଚ ତଥା ଅନ୍ୟାନ୍ୟ ପଦାଧିକାରୀ ମଣ୍ଡି ରେ ପହଂଚି ତୁରନ୍ତ ସମସ୍ୟା ର ସମାଧାନ କରିଥିଲେ l ତୁରନ୍ତ ଧାନ ଉଠାଇବା , ଉଚ୍ଚମାନ ର ଧାନ ଉପରେ କଟନୀ ରୋକ ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରାଗଲା ଲ ଆଗକୁ ବର୍ଷା ଆସୁଥିବାରୁ ତୁରନ୍ତ ମଣ୍ଡି ର ଧାନ ଉଠାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ