ଶତାୟୁ ମହିଳାଙ୍କ ପରଲୋକ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଚୋରଗଡିଆ ଗ୍ରାମର ଶତାୟୁ ମହିଳା ସରସ୍ୱତୀ ସାମଲଙ୍କ ୧୦୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କେନ୍ଦୁଝରରେ ଥିବାବେଳେ ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ପରୋପକାରୀ, ଧର୍ମ ପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବାପରେ ଧୁଶାସନ ସାମଲ, ନରେନ୍ଦ୍ର ସାମଲ, ଦାମୋଦର ନାୟକ, ସଞ୍ଜିବ ନାୟକ, ଉପେନ୍ଦ୍ର ସାହୁ, ଉପେନ୍ଦ୍ର ସାମଲ, ଗଙ୍ଗାଧର ସାମଲ, ସୁଧାଶୁଂ ବିଶ୍ୱାଳ, ସୁବାସ ଓଝା, କାଳିଆ ସ୍ୱାଇଁ, ବୀରବର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ୋଷ ଦର୍ଶନ କରିଥିଲେ । ପରେ ଏକ ଶୋକାକୁଳ ପରିବେଶରେ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ପର୍ଶୁରାମ ସାମଲ ମୁଖାଗ୍ନି ଦେଇଥିବାବେଳେ ଅନେକ ବନ୍ଧୁ ପରିଜନ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।