ପୁଡ଼ାମାରି ବଜ୍ରାଘାତ ରେ ଗାଈ ବାଛୁରୀ ମୃତୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ପଞ୍ଚାୟତର ମାର୍ଥା ପୁର ରୋଡରେ ବଂଶୀ ଗୌଡ଼ଙ୍କ ପାଞ୍ଚୋଟି ଗାଈ ବାଛୁରୀ ବଜ୍ର ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି l ସବୁଦିନ ପରି ଗୁରୁବାର ପୋଡାମାରି ଭଞ୍ଜ ସାହିର ରିଙ୍ଗା ଗୌଡ଼ ଙ୍କ ପୁଅ ବଇଁଶୀ ଗୌଡ଼ ଗାଈ ଚରାଇବା ପାଇଁ ନିକଟ ଅଞ୍ଚଳକୁ ଯାଇଥିଲେ l ଆଜି ହଠାତ ମେଘ ସାଙ୍ଗକୁ ବିଜୁଳି ଘଡଘଡି ଆରମ୍ଭ ହୋଇଥିଲା l ବଇଁଶୀ ଗୌଡ଼ ଙ୍କଗାଈ ବାଛୁରି ୫ ଟିବଜ୍ରାଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ପୁଡ଼ାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ରାଜସ୍ୱ ନିରୀକ୍ଷକ ଆଦିତ୍ୟ ସେନାପତି ଏବଂ ପ୍ରାଣୀ ଚିକିତ୍ସକ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ସରକାରଙ୍କ ତରଫରୁ ଯାହା ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ବଂଶୀ ଗୌଡ଼ ଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ