ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହାତୀଓଟ ଓଏଭି ଛାତ୍ରୀ ସମ୍ବର୍ଦ୍ଧିତ

ପୋଲସରା, (ଅନିଲ କୁମାର ମହାରଣା):ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ରୀ ସ୍ୱୟଂସିଦ୍ଧା ଦଲରା ୯୬:୨୦ ପ୍ରତିଶତ ମାର୍କ ରଖି ଓଡିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି। ସ୍ବୟଂସିଦ୍ଧା ନିଜ ଗ୍ରାମ ମନ୍ଦାରରେ ପହଞ୍ଚିବା ପରେ ପରିବାର ସଦସ୍ୟ ଙ୍କ ସହିତ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା, ସମିତିସଭ୍ଯା ସୁଜାତା ନାୟକ, ସପନ କୁମାର ନାୟକ ସହ ଗ୍ରାମବାସୀ ତାଙ୍କୁ ଅତି ଆନନ୍ଦର ସହ ପାଛୋଟି ନେଇ ଶୁଭେଚ୍ଛା ଜଣାଇବା ସହିତ ମିଠା ବଣ୍ଟନ କରି ଗର୍ବ ଅନୁଭବ କରିଥିଲେ। ମନ୍ଦାର ଗ୍ରାମର ସ୍ବୟଂସିଦ୍ଧାଙ୍କ ମା ଜଲି ମାଝୀ ଜଣେ ଅଙ୍ଗନବାଡ଼ି କର୍ମୀ ଓ ବାପା ଶଙ୍କର୍ଷଣ ଦଲରା ଏକ ବେସରକାରୀ ସଂସ୍ଥାରେ କାର୍ଯ୍ଯରତ। ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ଭାବେ ସ୍ୱୟଂସିଦ୍ଧା ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସାରା ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି। ନିଜ ସଫଳତାର ଶ୍ରେୟ ନିଜ ପରିଶ୍ରମ, ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଏବଂ ମାତା ଓ ପିତାଙ୍କ ପ୍ରେରଣା ପାଇଁ ଦେଇଛନ୍ତି। ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସ୍ୱୟଂସିଦ୍ଧାଙ୍କ କୃତ୍ତିତ୍ବ ପାଇଁ ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ