ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାଯର୍‌ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ବ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦଶିର୍ତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି ଜିଲ୍ଲା ମେଡିକାଲ ଅଫିସର ଡ଼ା. ବିଶ୍ବମ୍ବର ବେହେରା ପ୍ରକାଶ କରିଛନ୍ତି ସ୍ଥାନୀୟ ନଗର ଚିକିତ୍ସାଳୟର କର୍ମଚାରୀ ନିରଞ୍ଜନ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ପ୍ରୋଭିଜିନାଲ୍‌ ପେନସନ୍‌ ସହିତ ଉପହାର ଦେଇ ସମ୍ମାନିତ କରିଥିଲେ ଏହି ଅବସରରେ ଜିଲା ସଂଘର ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଏହି କାଯର୍‌ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲା ସଂଘର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, କୋଷାଧ୍ୟକ୍ଷ ଟୁନା ଜେନା, ଜି.ନରସିଂହ ରାଓ, ମମତା କୁମାର ନାୟକ (ବି), ବାବୁ ନାୟକ, ସୁକାନ୍ତ ନାୟକ ପ୍ରମୁଖ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଅବସର ନେଇଥିବା କର୍ମଚାରୀଙ୍କ ଦର୍ୀଘ ଜୀବନ କାମନା କରିଥିଲେ ଏହି ଅବସରରେ ରାଜ୍ୟ ହିନ୍ଦ ମଜଦୁର ସଭାର ଉପସଭାପତି ତଥା ବରିଷ୍ଠ ଉପଦେଷ୍ଟା ରବି ରଥ ଅବସର ଗ୍ରହଣ କରିଥିବା ନିରଞ୍ଜନ ସାହୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ