ବନ ମହୋତ୍ସବ ଦିବସ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଡୁମାକୁମ୍ପା କ୍ଲଷ୍ଟରର ସାର୍ଦ୍ଦୁଳ ଠାରେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାଧା କୃଷ୍ଣ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ପାଳନ ହୋଇଯାଇଛି । ରାଧା କୃଷ୍ଣ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପାଣି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଦଳବରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଭୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମିଶି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାସହ ସମସ୍ତେ ଗୋଟିଏ ଗୋଟିଏ ଚାରା ବିଦ୍ୟାଳୟ ପରିସରରେ ରୋପଣ କରି ବିଦ୍ୟାଳୟକୁ ସରସ ସୁନ୍ଦର ଭାବରେ ଗଢିବା ପାଇଁ ଉଭୟ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଶପଥ ପାଠ କରାଇ ଥିଲେ । ଆଜିର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ସଚିତ୍ରି କୁମାର ନାୟକ ସଂଯୋଜନା କରିଥିବା ବେଳେ ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରାଙ୍କ ଉପସ୍ଥିତି ଛାତ୍ର ଛାତ୍ରୀଙ୍କ ମନୋବଳଙ୍କୁ ଦ୍ଵିଗୁଣିତ କରିଥିଲା । ଶିକ୍ଷକ ପ୍ରଦୀପ ଗୌଡ଼, ଅନଙ୍ଗ ମୋହନ ମହାରଣା, ମନମୋହନ ପାଣିଗ୍ରାହୀ ,ସୁରେନ୍ଦ୍ର ନାଥ ଗୌଡ଼, ଭଞ୍ଜ କିଶୋର ପ୍ରଧାନ,ଶିକ୍ଷୟିତ୍ରୀ ଲିଜାଲିନି ଗୌଡ଼, ସସ୍ମିତା ପୃଷ୍ଟି, ଶୁଭ୍ରମୟୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ