ସାପକାମୁଡାରେ ଶିଶୁ ମୃତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା, ଆରଡି ଫାଣ୍ଡି ଅଧୀନ ନାନ୍ଦପୁର ଗ୍ରାମର ୫ ବର୍ଷର ଶିଶୁ ସତ୍ୟଜିତ ବେହେରା ରବିବାର ସନ୍ଧ୍ୟାରେ ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେହିଦିନ ମଧ୍ୟାହ୍ଣରେ ସତ୍ୟଜିତ ଘର ଆଗରେ ପଡିଥିବା ବାଲି ଉପରେ ଖେଳୁଥିଲା ବେଳେ ଏକ ବିଷାକ୍ତ ସାପ ଦଂଶନ କରିଥିଲା । ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟି ମୃତ୍ୟୁବରଣ କରିଥିଲା । ପରେ ସେଠାରେ ଶିଶୁଟିର ଶବ ବ୍ୟବଚ୍ଛେଦ କରାଯାଇଥିଲା । ସତ୍ୟଜିତର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ