ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର

ଛତ୍ରପୁର, (ଦେବଦତ୍ତ ମହାରଣା):ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ୟାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ୟାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟର ଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର ଧରି ସ୍କୁଲ ଯିବା ସମୟରେ ଗାଡିଟି ଜଳିଯାଇଥିବା ଦେଖିବାକୁ ମିଳିଛି । ଘଟଣାଟି ତାଙ୍କ ଘର ପାଖରୁ ଅଳ୍ପ ଦୂରରେ ହୋଇଥିବାରୁ ଫଳରେ ସ୍କୁଲର ଚାଳକଙ୍କ ସମେତ ଦୁଇ ଜଣ ଝିଅ ଗାଡିରୁ ଓହ୍‌ଲାଇ ପଡିଥିଲେ । ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଗାଡିଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ